ପ୍ରିୟାଙ୍କ ବିରୋଧରେ ହୋଇଥିବା ମାମଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରିବା ପରେ ନିଜ ସାକ୍ଷାତ୍‌କାରରେ ଏଇଆ କହିଲେ ପ୍ରିୟା ପ୍ରକାଶ

ନୂଆଦିଲ୍ଲୀ: ମାଲାୟଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍‌ଙ୍କ ବିରୋଧରେ ହୋଇଥିବା ପ୍ରାଥମିକ ମାମଲା ଦର୍ଜକୁ ସୁପ୍ରିମ୍‌କୋର୍ଟ ଖାରଜ କରିବା ପରେ ପ୍ରିୟା ପ୍ରଥମଥର ପାଇଁ ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇଛନ୍ତି। ଯେଉଁ ଆଖିମରା ଦୃଶ୍ୟ ପାଇଁ ସେ ରାତାରାତି ଷ୍ଟାର୍‌ ବନିଥିଲେ ସେହି ଦୃଶ୍ୟକୁ ନେଇ ମୁସଲ୍‌ମାନମାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ତାହା ମୁସ୍‌ଲମାନ ଧର୍ମର ଧାର୍ମିକ ଭାବନା କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ ହୋଇଥିଲା।

ପ୍ରିୟା ତାଙ୍କ ସାକ୍ଷାତ୍‌କାରରେ କହିଛନ୍ତି, ‘ମାମଲା ରୁଜୁ ହେବା ପରେ କେତେ ରାତି ମୋ ଆଖିରୁ ନିଦ ହଜି ଯାଇଛି ତାହା ସତ। ମାତ୍ର ମୋ ବାପା ମାଆ ସବୁବେଳେ ମୋତେ ସମର୍ଥନ କରି ଆସିଛନ୍ତି। ମୋର ଦମ୍ଭ ବନି ଆସିଛନ୍ତି।’ ପ୍ରିୟା କାହାଠାରୁ କେବେ କୌଣସି ଧମକପୂର୍ଣ୍ଣ ମେସେଜ୍‌ ପାଇନାହାନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି। ସୁପ୍ରିମ୍‌କୋର୍ଟରେ ମାମଲା ଦର୍ଜ ହେବା ପରେ ତାଙ୍କ ଆଖି ମରା ଭିଡିଓ ଆହୁରି ପ୍ରସିଦ୍ଧି ଲାଭ କରିଛି ବୋଲି ସେ ସ୍ୱୀକାର କରନ୍ତି। ମୋର ଭବିଷ୍ୟତରେ ବଲିଉଡ୍‌ ଚଳଚ୍ଚିତ୍ର କରିବାରେ ଇଚ୍ଛା ଅଛି। ମାତ୍ର ମୁଁ ଏଯାବତ୍‌ କୌଣସି ନିର୍ଦ୍ଦେଶକଙ୍କୁ ଭେଟି ନାହିଁ ବୋଲି ପ୍ରିୟା ସାକ୍ଷାତ୍‌କାରରେ କହନ୍ତି।

ସମ୍ବନ୍ଧିତ ଖବର