ପ୍ରକାଶ ପାଇବ ପ୍ରିୟଙ୍କା ଚୋପ୍ରାଙ୍କ ଜୀବନୀ

ବର୍ତ୍ତମାନ ହଲିଉଡ୍‌ରେ ବିଜୟଯାତ୍ରା ଜାରି ରଖିଥିବା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଜୀବନୀ ଚଳିତ ବର୍ଷ ପ୍ରକାଶିତ ହେବ ବୋଲି ଖବର ମିଳିଛି। ଶଶି କପୁର୍‌ଙ୍କ ଜୀବନୀ ‘ଶଶି କପୁର୍‌: ଦି ହାଉସ୍‌ହୋଲ୍‌ଡର୍‌, ଦି ଷ୍ଟାର୍‌’ର ଲେଖକ ସାଂବାଦିକ ଅସୀମ ଛାବ୍ରା ଏହାକୁ ଲେଖୁଛନ୍ତି। ସେ ବହିରେ ଉତ୍ତରପ୍ରଦେଶର ବରେଲିରେ ବଢ଼ିଥିବା ମଧ୍ୟବିତ୍ତ ପରିବାରର ଝିଅ ପ୍ରିୟଙ୍କା କିପରି ଜଣେ ଅନ୍ତର୍ଜାତୀୟ ସୁପର୍‌ଷ୍ଟାର୍‌ ହୋଇ ପାରିଛନ୍ତି, ତା’ର ଚିତ୍ର ଅଛି ବୋଲି ଲେଖକ କହିଛନ୍ତି। ଏ ବହିଟି ପାଇଁ ଅସୀମ ଦେଢ଼ବର୍ଷରୁ ଅଧିକ ସମୟ ପ୍ରିୟଙ୍କାଙ୍କ ସଂପର୍କରେ ଗବେଷଣା କରିଛନ୍ତି ଏବଂ ତାଙ୍କ ସହିତ କାମ କରିଥିବା ଅନେକ ବ୍ୟକ୍ତିଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଛନ୍ତି। ବହିଟି ଖୁବ୍‌ ଚର୍ଚ୍ଚିତ ହେବ ବୋଲି ଲୋକେ ଅନୁମାନ କରୁଛନ୍ତି।
ପ୍ରିୟଙ୍କା ବର୍ତ୍ତମାନ ନ୍ୟୁୟର୍କରେ ତାଙ୍କର ସୁପର୍‌ହିଟ୍‌ ଇଂରାଜି ଟେଲିଭିଜନ୍‌ ଧାରାବାହିକ ‘କ୍ୱାଣ୍ଟିକୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେଥିରେ ସେ ଜଣେ ମହିଳା ଏଫ୍‌.ବି.ଆଇ. ଅଫିସର୍‌ ଭୂମିକାରେ ଅଛନ୍ତି। ତାଙ୍କର ଦୁଇଟି ଇଂରାଜି ଫିଲ୍ମ ‘ଇଜ୍‌ଇଟ୍‌ ନଟ୍‌ ରୋମାଂଟିକ୍‌?’ ଓ ‘ଦି କିଡ୍‌ ଲାଇକ୍‌ ଜ୍ୟାକ୍‌’ ରିଲିଜ୍‌ ହେବାକୁ ଯାଉଛି। ଅନ୍ୟପକ୍ଷରେ ପ୍ରିୟଙ୍କା ତାଙ୍କର କୌଣସି ବଲିଉଡ୍‌ ଫିଲ୍ମ ବିଷୟରେ କିଛି ଘୋଷଣା କରି ନାହାନ୍ତି।

ସମ୍ବନ୍ଧିତ ଖବର