ବନ୍ଧୁରୁ ଶତ୍ରୁ ଓ ଶତ୍ରୁରୁ ପୁଣି ବନ୍ଧୁ! ଏକତ୍ର ନଜର ଆସିବେ ଏହି ଦୁଇ ନାୟିକା

ମୁମ୍ବାଇ: ବନ୍ଧୁରୁ ଶତ୍ରୁ ଓ ଶତ୍ରୁରୁ ପୁଣି ବନ୍ଧୁର ଜ୍ୱଳନ୍ତ ନମୂନା ହେଉଛନ୍ତି ବଲିଉଡ୍‌ର ଦୁଇ ଆଗ ଧାଡ଼ିର ନାୟିକା ପ୍ରିୟଙ୍କା ଚୋପ୍ରା ଓ କରୀନା କପୁର ଖାନ୍‌। ଅତୀତରେ ‘ଏତ୍‌ରାଜ’ ଚଳଚ୍ଚିତ୍ରରେ ଏହି ଦୁଇ ନାୟିକାଙ୍କୁ ଏକତ୍ର ନଜର ଆସିଥିବାର ଦେଖି ବେଶ୍‌ ଖୁସି ହୋଇଥିଲେ ଦର୍ଶକ। ତେବେ, ଦର୍ଶକଙ୍କ ଖୁସି ଏବେ ଆହୁରି ବଢ଼ିଯିବ ବୋଲି ଅନୁମାନ କରାଯାଉଛି। କାହିଁକି ନା, କରଣ ଜୋହରଙ୍କ ‘କଫି ଉଇଥ୍‌ କରଣ’ର ସିଜିନ୍‌୬ରେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବେ ଏହି ଦୁଇ ନାୟିକା।

ଯେଉଁମାନେ ପ୍ରିୟଙ୍କା ଓ କରୀନାଙ୍କ ବିବାଦ ସଂପର୍କରେ ଜାଣି ନାହାନ୍ତି ସେମାନଙ୍କ ସକାଶେ ଜଣାଇ ଦେଉଛୁ ଯେ ଅତୀତରେ ଥରେ କରୀନା ସର୍ବସାଧାରଣରେ ମତ ରଖିଥିଲେ କି ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ପ୍ରିୟଙ୍କା ତାଙ୍କ ଉଚ୍ଚାରଣ କେଉଁଠୁ ଶିଖିଛନ୍ତି!’

ଏ ପ୍ରସଂଗକୁ ଉଖୁରାଇ କରଣ ଜୋହର ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରିୟଙ୍କାଙ୍କୁ ଏ ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପ୍ରିୟଙ୍କା କହିଥିଲେ ‘ମୁଁ ସେଠାରୁ ଶିଖିଛି ଯେଉଁଠାରୁ କରୀନାଙ୍କ ପ୍ରେମିକ ଶିଖିଛନ୍ତି।’

ତେବେ, ଏମାନଙ୍କ ଭିତରେ ଥିବା ଏ ନୋକ୍‌ଝୋକ୍‌ ବହୁ ଦିନ ପର୍ଯ୍ୟନ୍ତ ଚାଲିନଥିଲା। ସେ ପୁଣି ପରସ୍ପରଙ୍କ ସହ ପରବର୍ତ୍ତୀ ମୁହୂର୍ତ୍ତରେ ଭଲ ସମୟ ବିତାଉଥିବାର ନଜର ଆସିଥିଲେ।

ସମ୍ବନ୍ଧିତ ଖବର