ଛାଡ଼ପତ୍ରକୁ ନେଇ ମିଥ୍ୟା ଖବର ଛାପିଥିବାରୁ ଆମେରିକୀୟ ପତ୍ରିକା ଉପରେ ମାମଲା ରୁଜୁ କରିବେ ପ୍ରିୟଙ୍କା-ନିକ୍‌

0

ମୁମ୍ବାଇ : ବିବାହ ପରେ ପ୍ରିୟଙ୍କା-ନିକ୍‌ ପରସ୍ପରଠାରୁ ଛାଡ଼ପତ୍ର ନେବାକୁ ଯାଉଥିବା ଖବର ପ୍ରକାଶ ପାଇବା ପରେ ଖବରଟି ଦୁହିଁଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ପରେ ଏହା ଏକ ଗୁଜବ ବୋଲି ସ୍ପଷ୍ଟ ହୋଇଥିଲା । ତେବେ ମିଥ୍ୟା ଖବର ପ୍ରକାଶ କରିବା ଦ୍ୱାରା ପ୍ରିୟଙ୍କା-ନିକ୍‌ଙ୍କୁ ଆଘାତ ଲାଗିଥିବାରୁ ସେମାନେ ଏବେ ଛାପିଥିବା ଆମେରିକୀୟ ପତ୍ରିକା ଉପରେ ମାମଲା ରୁଜୁ କରିବାକୁ ଯାଉଥିବା ଜଣାପଡ଼ିଛି ।

News Track English

ସୂଚନା ମୁତାବକ, କିଛି ଦିନ ତଳେ ଆମେରିକାର ‘ଓକେ’ ପତ୍ରିକାରେ ପ୍ରିୟଙ୍କା -ନିକ୍‌ଙ୍କ ଛାଡ଼ପତ୍ର ଖବର ପ୍ରକାଶ ପାଇଥିଲା । ବିବାହର ୧୧୭ ଦିନ ପରେ ଦୁହେଁ ଛାଡ଼ପତ୍ର ନେଉଥିବା କଥା ଲେଖାଥିବା ବେଳେ କାମ, ପାର୍ଟି ଏବଂ ଏକତ୍ର ସମୟ ବିତାଇ ପାରୁ ନଥିବାରୁ ଦୁହେଁ ଏଭଳି ନିଷ୍ପତ୍ତି ନେଇଥିବା କଥା ଲେଖା ଯାଇଥିଲା । ପ୍ରଥମେ ଜୋନ୍‌ସ ପ୍ରିୟଙ୍କାଙ୍କୁ ଶାନ୍ତ ସ୍ୱଭାବର ବୋଲି ଭାବି ବିବାହ କରିଥିବା ବେଳେ ପରେ ସେ କ୍ଷଣକୋପୀ ବୋଲି ଜାଣି ତାଙ୍କଠାରୁ ଅଲଗା ହେବାକୁ ଚାହୁଁଥିବା କଥା ପତ୍ରିକାରେ ଲେଖା ଯାଇଥିଲା । ତେବେ ଏ ସବୁ ଚର୍ଚ୍ଚାକୁ ସଂପୂର୍ଣ୍ଣ ମିଥ୍ୟା ବୋଲି କହି ପ୍ରିୟଙ୍କା ପତ୍ରିକା ବିରୋଧରେ ମାମଲା ରୁଜୁ କରିବାକୁ ଯାଉଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.