ଗୀତ ହିଟ୍ ହେବା ପରେ ପତ୍ନୀ ପ୍ରିୟଙ୍କାଙ୍କୁ ୨.୭କୋଟି ଟଙ୍କାର ବିଳାସପୂର୍ଣ୍ଣ କାର୍ ଉପହାରରେ ଦେଲେ ନିକ୍, ପ୍ରିୟଙ୍କା ଦେଲେ ଏଭଳି ପ୍ରତିକ୍ରିୟା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ସ୍ୱାମୀ ନିକ୍ ଜୋନ୍ସ ତାଙ୍କୁ ୨.୭କୋଟି ଟଙ୍କାର କାର୍ ଉପହାରରେ ଦେବା ପରେ ସେ ଖୁସି ହୋଇ ଏହାର ସୂଚନା ନିଜ ପ୍ରଶଂସକମାନଙ୍କୁ ଦେଇଛନ୍ତି । ଫଟୋ ସେୟାର କରି, “ଯେତେବେଳେ ସ୍ୱାମୀ ନମ୍ବର ଓ୍ଵାନ୍ ହୁଅନ୍ତି, ସେତେବେଳେ ପତ୍ନୀଙ୍କୁ ମର୍ସେଡିଜ୍ର ମେବ୍ୟାକ୍ ମିଳେ । ଆଇ ଲଭ୍ ୟୁ ବେବି । ବେଷ୍ଟ ହଜ୍ବ୍ୟାଣ୍ଡ ଏଭର” ବୋଲି ଲେଖିଥିଲେ ପ୍ରିୟଙ୍କା । ସ୍ୱାମୀ ନିକ୍ଙ୍କ ସହ ପ୍ରିୟଙ୍କା ନିଜ ନୂଆ କାର୍ର ଫଟୋ ସେୟାର କରିବା ପରେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନିକ୍ଙ୍କ ମ୍ୟୁଜିକ୍ ଭିଡିଓ ‘ସକର୍’ ନମ୍ବର ଓ୍ଵାନ୍ ହେବା ପରେ ସେ ପ୍ରିୟଙ୍କାଙ୍କୁ ଏହି ଉପହାର ଦେଇଛନ୍ତି । ମ୍ୟୁଜିକ୍ ଭିଡିଓରେ ଅଭିନେତ୍ରୀ ପ୍ରିୟଙ୍କା ଏବଂ ନିକ୍ଙ୍କ ଭାଇ ମଧ୍ୟ ନଜର ଆସିଥିବା ଦେଖା ଯାଇଥିଲା । ଭିଡିଓ ରିଲିଜ୍ ପରେ ଦର୍ଶକଙ୍କୁ ଏହା ପସନ୍ଦ ଆସିବା ସହ ୧୦୦ଟି ଗୀତ ମଧ୍ୟରେ ଏହା ଏବେ ନମ୍ବର ଓ୍ଵାନ୍ରେ ରହିଛି ।