ଏହି ରୋଗରେ ପୀଡ଼ିତ ନିକ୍‌ ! ଜାଣନ୍ତୁ ତାହା କ’ଣ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରିବା ପରେ ଭାରତରେ ଲୋକପ୍ରିୟ ହୋଇଥିଲେ ନିକ୍‌ ଜୋନସ୍‌ । ଦୁହିଁଙ୍କ ବୟସ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ଅନେକ ସମୟରେ ତାଙ୍କୁ ସମାଲୋଚନା କରାଯାଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଥିବା ଭଲ ପାଇବା କେବେ ହେଲେ କମ ହୋଇ ନାହିଁ । କିନ୍ତୁ ଏବେ ନିକ୍‌ ଏକ ଗମ୍ଭୀର ରୋଗରେ ପୀଡ଼ିତ ଥିବା  ଖବର ମିଳିଛି । ପୂର୍ବରୁ ପ୍ରିୟଙ୍କାଙ୍କ ଶ୍ୱାସ ରୋଗ ବିଷୟରେ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଏବେ ନିକ୍‌ ଟାଇପ୍‌-୧ ମଧୁମେହ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି ।

Priyanka Chopra and Nick Jonas
amarujala.com

ମାତ୍ର ୧୩ବର୍ଷ ବୟସରେ ସେ ଏହି ରୋଗରେ ପୀଡ଼ିତ ହୋଇଥିଲେ ବୋଲି ଜଣା ପଡ଼ିଛି । ତାଙ୍କ କହିବା ଅନୁଯାୟୀ, ପ୍ରଥମେ ମୁଁ ଟାଇପ୍‌-୧ ମଧୁମେହ ରୋଗ ବିଷୟରେ ଜାଣି ନଥିଲି । ରୋଗର ନାଁ ଶୁଣି ମୁଁ ମରିଯିବି ବୋଲି ଭାବିବା ଆରମ୍ଭ କରିଥିଲି । ମୁଁ ଦେଖିଥିବା ସ୍ୱପ୍ନ ସବୁ ଅଧୁରା ରହିଯିବ ବୋଲି ଭାବି ମୁଁ ଚିନ୍ତାଗ୍ରସ୍ତ ହୋଇ ଯାଇଥିଲି । ଯଦି ମୋତେ ଗୋଟେ ଦିନ ପୂର୍ବରୁ ଡାକ୍ତରଖାନା ନିଆଯାଇ ନଥାନ୍ତା, ତେବେ ମୁଁ ଅଚଳ ହୋଇ ଯାଇଥାନ୍ତି । ଡାକ୍ତରଖାନା ଯିବା ପରେ ଧିରେ ଧିରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ମୁଁ ଜାଣିବାକୁ ପାଇଥିଲି ବୋଲି କହିଛନ୍ତି ନିକ୍‌ । ଏବେ ବି ସେ ଟାଇପ୍‌-୧ ମଧୁମେହ ରୋଗରେ ପୀଡ଼ିତ ଥିଲେ ମଧ୍ୟ ନିଜ ଖାଦ୍ୟପେୟରେ ନିୟନ୍ତ୍ରଣ ରଖି ସେ ରୋଗକୁ ନିୟନ୍ତ୍ରଣ କରି ରଖିଛନ୍ତି ।

ସମ୍ବନ୍ଧିତ ଖବର