ବୟଫ୍ରେଣ୍ଡ ନିକ୍‌ଙ୍କୁ ମୁମ୍ବାଇ ଆଣିଛନ୍ତ ପ୍ରିୟଙ୍କା! ୧୦୦ କୋଟିର ବଙ୍ଗଳା ଦେଖାଇବା ସହ ମା’ଙ୍କୁ ଭେଟେଇବେ

ମୁମ୍ବାଇ: ବଲିଉଡର ଦେଶୀଗର୍ଲ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କର ଆମେରିକନ୍‌ ସିଙ୍ଗର୍‌ ବୟଫ୍ରେଣ୍ଡ୍‌ ନିକ୍‌ ଜୋନ୍‌ସଙ୍କ ପ୍ରେମସଂପର୍କକୁ ନେଇ ଏହି କିଛିଦିନ ହେବ କିଛି ନା କିଛି କିଛି ଖବର ସାମ୍ନାକୁ ଆସୁଛି। ଏଥିସହିତ ଏହି ଯୋଡ଼ିକୁ ଅନେକ ଇଭେଣ୍ଟ୍‌ରେ ଏକାଠି ସାଙ୍ଗ ହୋଇ ଯିବା-ଆସିବା କରିବାର ନଜର ଆସିବା, ଆଉଟିଙ୍ଗ୍‌ ଏବଂ ସୋସିଆଲ୍‌ ମିଡ଼ିଆରେ ଜଣେ ଅନ୍ୟଜଣଙ୍କର ପୋଷ୍ଟ୍‍ରେ କମେଣ୍ଟ୍‌ସ ଦେବା ଆଦି ଏହି ଯୋଡିଙ୍କ ଆଫେଆର୍ସ ବିଷୟରେ ନିଆଁରେ ଘିଅ ଢ଼ାଳିବା ସଦୃଶ୍ୟ ହେଉଛି। ଏହା ସହିତ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ତଥାକଥିତ ବୟଫ୍ରେଣ୍ଡ୍‌ ନିକ୍‌ ଜୋନ୍‌ସଙ୍କୁ ସାଙ୍ଗରେ ଧରି ମୁମ୍ବାଇ ଫେରିଥିବା କ୍ୟାମେରାରେ କଏଦ୍‌ ହୋଇଛି।

ସୂଚନା ଅନୁଯାୟୀ, ଗୁରୁବାରର ବିଳମ୍ବିତ ରାତିରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କର ଆମେରିକନ୍‌ ବୟଫ୍ରେଣ୍ଡ୍‌ ନିକ୍‌ ଜୋନ୍‌ସଙ୍କୁ ମୁମ୍ବାଇ ଏୟାର୍‌ପୋର୍ଟରେ ଏକାଠି ଦେଖିବାକୁ ମିଳିଥିଲା। ନିକ୍‌ଙ୍କର ଭାରତ ଆଗମନ ସେମାନଙ୍କ ଆଫେଆର୍ସ ସତ ବୋଲି ପ୍ରମାଣିତ କରୁଛି। କୁହାଯାଉଛି କି ପ୍ରିୟଙ୍କା କୁଆଡ଼େ ନିକ୍‌ଙ୍କୁ ତାଙ୍କ ମା’ ମଧୁ ଚୋପ୍ରାଙ୍କ ସହିତ ଭେଟେଇବା ଲାଗି ଆଣିଛନ୍ତି। ଆଉ ଯଦି ମିଡ଼ିଆ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଅଭିନେତ୍ରୀ ପ୍ରିୟଙ୍କା ଏକ ଖାସ୍‌ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗିନିକ୍‌ ଜୋନ୍‌ସଙ୍କୁ ନିମନ୍ତ୍ରଣ କରିଛନ୍ତ। ପ୍ରିୟଙ୍କା ମୁମ୍ବାଇର ବର୍ସୋବାର ବେଳାଭୂମି ନିକଟରେ ୧୦୦ କୋଟି ଟଙ୍କା ମୂଲ୍ୟର ଏକ ବିଳାସମୟ ଘର କିଣିଛନ୍ତି। ସେ ଏହି ନୂଆ ଘରେ ଏକ ହାଉସ୍‌ ଓ୍ଵାର୍ମିଙ୍ଗ ପାର୍ଟି କରିବାକୁ ଯାଉଛନ୍ତି। ଯେଉଁ ପାର୍ଟିକୁ ସେ ତାଙ୍କ ବନ୍ଧୁ ପରିବାରବର୍ଗ ସହିତ ନିକ୍‌ଙ୍କୁ ବି ନିମନ୍ତ୍ରଣ କରିଛନ୍ତି। ଏହି ବାହାନାରେ ନିକ୍‌ଙ୍କ ସହିତ ଦେଶୀଗର୍ଲ ତାଙ୍କ ମା’ ମଧୁ ଚୋପ୍ରାଙ୍କ ସହିତ ସାକ୍ଷାତ୍‌ କରାଇବାକୁ ଚାହୁଁଛନ୍ତି ବୋଲି ଜାଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର