ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ମେଟ୍‌ ଗାଲା ଲୁକ୍‌, ବୀରାପ୍ପାନଙ୍କ ନିଶ ସହ ତୁଳନା କଲେ ଲୋକେ

ମୁମ୍ବାଇ : ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ୍‌ ଆର୍ଟରେ ଆୟୋଜିତ କରାଯାଇଥିବା ‘ମେଟ୍‌ ଗାଲା-୨୦୧୯’ କାର୍ଯ୍ୟକ୍ରମ ଷ୍ଟାରମାନଙ୍କର ଗ୍ଲାମରସ ଲୁକ୍‌ ପାଇଁ ଚର୍ଚ୍ଚାରେ ରହିଛି । ଏହି ଇଭେଣ୍ଟରେ ହଲିଉଡ୍‌ ସମେତ ବଲିଉଡ୍‌ର ମଧ୍ୟ କିଛି ଷ୍ଟାର ନିଜର ଗ୍ଲାମର ଅନ୍ଦାଜ ଦେଖାଇଥିଲେ । ତେବେ ଇଭେଣ୍ଟ ପରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଖାସ୍‌ କରି ପ୍ରିୟଙ୍କା ଚୋପ୍ରାଙ୍କ କେଶ ସଜ୍ଜାକୁ ଦେଖି ସୋସିଆଲ ମିଡିଆରେ ଏବେ ଲୋକେ ତାଙ୍କୁ ଥଟ୍ଟା କରିବା ଆରମ୍ଭ କରି ଦେଇଛନ୍ତି ।

aajtak.intoday.in

ଏହି ଇଭେଣ୍ଟରେ ପ୍ରିୟଙ୍କା ଡିୟୋର ସିଲ୍‌ଭର ନ୍ୟୁଡ୍‌ ଗାଉନ୍‌ ପିନ୍ଧିଥିଲେ । ତାଙ୍କ ଗାଉନ୍‌ ଲୋକଙ୍କୁ ପସନ୍ଦ ଆସିଥିବା ବେଳେ ତାଙ୍କ କେଶ ସଜ୍ଜା ଦେଖି ଟ୍ରୋଲ କରିବା ଆରମ୍ଭ କରିଛନ୍ତି ଲୋକେ । ସୋସିଆଲ ମିଡିଆରେ ବୀରାପ୍ପାନଙ୍କ ନିଶ ସହ ପ୍ରିୟଙ୍କାଙ୍କ କେଶ ସଜ୍ଜାକୁ ଲୋକେ ତୁଳନା କରି ମଜା ନେଉଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର