ପ୍ରିୟଙ୍କା-ନିକ୍‌ଙ୍କ ବିବାହରେ ହୋଇଥିବା ଏହି କାମକୁ ନେଇ ଖୁସି ନାହାନ୍ତି ଶାଶୁ ଡେନିସ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସଙ୍କ ବିବାହକୁ ଏବେ ୪ମାସ ପୂରି ସାରିଥିବା ବେଳେ ଶାଶୁ ତଥା ନିକ୍‌ଙ୍କ ମା’ଙ୍କର ବିବାହକୁ ନେଇ ଏକ ଅଭିଯୋଗ ଏବେ ବି ରହିଛି । ୪ମାସ ବିତି ସାରିଥିଲେ ମଧ୍ୟ ସେ ଏହି ଅଭିଯୋଗ ପ୍ରିୟଙ୍କାଙ୍କ ଆଗରେ ଅନେକ ଥର କରି ସାରିଥିବା କହିଛନ୍ତି ।

timesnownews.com

ସୂଚନା ମୁତାବକ, ପ୍ରିୟଙ୍କାଙ୍କ ଶାଶୁ ଡେନିସ୍‌ ଜୋନ୍‌ସ ଏବଂ ଶଶୁର ପଲ୍‌ କେବିନ୍‌ ଜୋନ୍‌ସ ଏକ ସାକ୍ଷାତକାରରେ ଯୋଗ ଦେଇ ବିବାହ ସହ ଜଡ଼ିତ ଏକ ନିଜ ଅଭିଜ୍ଞତାକୁ ସେୟାର କରିଥିଲେ । ଏହି ସମୟରେ ନିଜ ପୁଅର ବିବାହରେ କେଉଁ କଥାକୁ ନେଇ ତାଙ୍କ ମନରେ ଦୁଃଖ ରହିଛି, ତାହା ଜଣାଇଥିଲେ । ତାଙ୍କ କହିବା ଅନୁଯାୟୀ , ପ୍ରିୟଙ୍କା-ନିକ୍‌ଙ୍କ ବିବାହ ଯେତେ ଭବ୍ୟ ଥିଲା, ତାହା ଫଟୋରେ ଦର୍ଶାଯାଇ ପାରିଲା ନାହିଁ । ଯେଉଁଭଳି ଭାବରେ ପ୍ରିୟଙ୍କା-ନିକ୍‌ ରାଜକୀୟ ଢ଼ଙ୍ଗରେ ବିବାହ ହୋଇଥିଲା, ତାହାକୁ ଫଟୋଗ୍ରାଫରମାନେ ଠିକ୍‌ ଭାବରେ କ୍ୟାପ୍‌ଚର କରି ପାରିଲେ ନାହିଁ ବୋଲି କହିଥିଲେ ଶାଶୁ ଡେନିସ୍‌ ।

ସମ୍ବନ୍ଧିତ ଖବର