ସୋସିଆଲ ମିଡିିଆରେ ଭାଇରାଲ ହେଉଛି ପ୍ରିୟଙ୍କା-ନିକ୍‌ଙ୍କ ନକଲି ଫଟୋ,ଦେଖନ୍ତୁ କେମିତି ରହିଛି ଅସଲି ଫଟୋ

ମୁମ୍ବାଇ : ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କର ଆମେରିକୀ ପ୍ରେମିକ ନିକ୍‌ଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଦୁହିଁଙ୍କର ନିର୍ବନ୍ଧ ସରିଥିବା ବେଳେ ଖୁବ୍‌ ଶୀଘ୍ର ଦୁହେଁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ଆସିସାରିଛି । ଦୁହିଁଙ୍କୁ ଏକା ସମୟ ବିତାଉଥିବାର ଦେଖା ଯାଉଥିବା ସହ ସିଙ୍ଗାପୁରରେ ନିକ୍‌ଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ତାଙ୍କର ଲାଇଭ୍‌ ସୋ’ରେ ପହଞ୍ଚିଥିଲେ ପ୍ରିୟଙ୍କା । ଏହି ସୋ’ର ଅନେକ ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଫଟୋ ମଧ୍ୟରୁ ଗୋଟେ ଫଟୋ ନକଲି ବୋଲି ଜଣାପଡ଼ିଛି । ନିକ୍‌ ଏବଂ ପ୍ରିୟଙ୍କାଙ୍କ ଫଟୋକୁ ଫଟୋସପ୍‌ କରାଯାଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର ଅସଲ ଫଟୋଟି ଦେଖିବା ପରେ ସବୁ ସତ ସାମ୍ନାକୁ ଆସିଛି । ଅନେକ ଫଟୋ ସେୟାର ହୋଇଥିବା ବେଳେ ଗୋଟିଏ ଫଟୋ ଅଧିକ ସେୟାର କରାଯାଇଥିବାର ଦେଖାଯାଇଛି । ଏହି ଫଟୋରେ ପ୍ରିୟଙ୍କା ନିକ୍‌ଙ୍କ ଖୁବ୍‌ ନିକଟରେ ଥିବା ସହ ତାଙ୍କ କାନ୍ଧରେ ହାତ ପକାଇଥିବାର ଦେଖା ଯାଇଛି । ତେବେ ଏହି ଫଟୋଟି ଫଟୋସପ୍‌ କରାଯାଇ ଏଡ଼ିଟ୍‌ କରାଯାଇଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ପ୍ରିୟଙ୍କା ଏବଂ ନିକ୍‌ ଏହି ସୋ’ ସମୟରେ ଇଣ୍ଡୋନେସିୟନ କଣ୍ଠଶିଳ୍ପୀ ଆଫ୍‌ଜନସ୍ୟା ରେଜାଙ୍କ ସହ ଫଟୋ ଉଠାଇଥିଲେ । ଏହି ଫଟୋ ନିଜେ କଣ୍ଠଶିଳ୍ପୀ ଆଫ୍‌ଜନସ୍ୟା ରେଜା ନିଜ ଇନଷ୍ଟା ଆକାଉଣ୍ଟରେ ଅପ୍‌ଲୋଡ଼ କରିଥିଲେ । କିନ୍ତୁ କେହି ଜଣେ ଏହାକୁ ଏଡ଼ିଟ୍‌ କରି ଆଫ୍‌ଜନସ୍ୟା ରେଜାଙ୍କୁ ହଟାଇ ପ୍ରିୟଙ୍କା ଏବଂ ନିକ୍‌ଙ୍କୁ ଯୋଡ଼ି ଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର