ମୁମ୍ବାଇ: ଆମେରିକୀୟ କଣ୍ଠଶିଳ୍ପୀ ନିକ୍ ଜୋନାସ୍ଙ୍କ ନାମ ସହ ଅନେକ ଦିନ ହେବ ଯୋଡ଼ି ହୋଇଛି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାମ। ଗୁରୁବାର ଏହି ଚର୍ଚ୍ଚିତ ଯୁଗଳ ମୁମ୍ବାଇରେ ପହଞ୍ଚିବା ପରେ ପ୍ରିୟଙ୍କାଙ୍କ ମାଆ ମଧୁ ଚେପ୍ରାଙ୍କୁ ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଏକ ରେଷ୍ଟୁରାଣ୍ଟରେ ଭେଟି ସେଠାରେ ସମସ୍ତେ ସାଙ୍ଗ ଭୋଇ ରାତ୍ରୀ ଭୋଜନ କରିଥିଲେ। ଜୋନାସ୍ ତାଙ୍କ ଇନ୍ଷ୍ଟା ପେଜ୍ରେ ପ୍ରିୟଙ୍କାଙ୍କର ଏକ ଭିଡିଓ ବି ଅପ୍ଲୋଡ କରିଥିଲେ।
ଭାରତ ଆସିଥିବା ମଉକାରେ ପ୍ରିୟଙ୍କା ତାଙ୍କ ପ୍ରେମିକ ନିକ୍ଙ୍କ ସହ ନିଜର ବଲିଉଡ୍ ସହ-କଳାକାରଙ୍କ ସହ ସାକ୍ଷାତ ମଧ୍ୟ କରାଇଛନ୍ତି। ଶୁକ୍ରବାର ରାତିରେ ପ୍ରିୟଙ୍କା ନିଜର ସମୂଦ୍ର କୂଳିଆ ଆପାର୍ଟମେଣ୍ଟ୍ରେ ଏକ ଡିନର୍ ପାର୍ଟିର ଅୟୋଜନ କରିଥିଲେ। ଦେଖିବାକୁ ମିଳିଛି ଯେ ସେହିଦିନ ରାତିରେ ପ୍ରିୟଙ୍କାଙ୍କ ଘରକୁ ତାଙ୍କ ସଂପର୍କୀୟା ଭଉଣୀ ପରିଣୀତି ଚୋପ୍ରା ଏବଂ ଆଲିଆ ଭଟ୍ଟ ମଧ୍ୟ ପ୍ରବେଶ କରିଥିଲେ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ନିକ୍ ଦେଶୀଗର୍ଲଙ୍କ ମାଆ ମଧୁ ଚେପ୍ରାଙ୍କୁ ଭେଟିବାକୁ ଭାରତ ଆସିବେ। ପୂର୍ବ ଆଲୋଚିତ କଥ ଅନୁଯାୟୀ ଏହି ଯୁଗଳ ମୁମ୍ବାଇରେ ପହଞ୍ଚିବା ମାତ୍ରେ କେତେକ ଫଟୋଗ୍ରାଫର ଫଟୋ ଓ ଭିଡିଓ ସୁଟ୍ କରି ସୋସିଆଲ୍ ସାଇଟ୍ରେ ଅପ୍ଲୋଡ କରିଛନ୍ତି। ସେ ଦୁହିଁଙ୍କୁ ଅଙ୍ଗରକ୍ଷୀମାନେ ଘେରି ରହିଥିବାର ଦେଖିବାକୁ ମିଳିଥିଲେ। ସେ ଦୁହେଁ ଯେଉଁ ଭଳି ଭାବେ ପରସ୍ପରଙ୍କ ହାତ ଧରାଧରି ହୋଇଥିଲେ ତାହା ସେମାନଙ୍କ ସଂପର୍କକୁ ଆହୁରି ସ୍ପଷ୍ଟ ରୂପ ଦେଉଛି।