ପ୍ରିୟଙ୍କାଙ୍କ କଶ୍ମୀର ମନ୍ତବ୍ୟ ନେଇ ପାକିସ୍ତାନକୁ କଡ଼ା ଜବାବ ଦେଲା ୟୁନିସେଫ୍‌

ମୁମ୍ବାଇ : ଜଣେ ପାକିସ୍ତାନୀ ମହିଳାଙ୍କୁ ଉଚିତ୍‌ ଜବାବ ଦେଇଥିବାରୁ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କାଙ୍କ ଜବାବ ଶୁଣି ପାକିସ୍ତାନୀ ମହିଳାଜଣଙ୍କ ରାଗିଯିବା ସହ ପ୍ରିୟଙ୍କାଙ୍କୁ ନେଇ ବିବାଦୀୟ ମତ ରଖିବା ଆରମ୍ଭ କରି ଦେଇଥିଲେ । ଏମିତିକି ତାଙ୍କୁ ୟୁନିସେଫ୍ ଗୁଡ୍‌ଓ୍ଵିଲ୍‌ ଆମ୍ବାସଡର ପଦରୁ ହଟାଇବା ପାଇଁ ମଧ୍ୟ ମହିଳା ଦାବି କରିଥିଲେ । ମହିଳାଙ୍କ ଦାବି ଦେଖି ପାକିସ୍ତାନର ମାନବାଧିକାର ଆୟୋଗର ସଚିବ ଜାତିସଂଘକୁ ଚିଠି ଲେଖି ପ୍ରିୟଙ୍କାଙ୍କୁ ପଦରୁ  ହଟାଇବା ଲାଗି  ଦାବି କରିଥିଲେ ।

'यूनिसेफ के गुडविल एंबेसडर्स को व्यक्तिगत रुचि पर बोलने का अधिकार'
oneindia.com

ଏବେ ଏହି ଦାବିକୁ ନେଇ ୟୁନିସେଫ୍‌ର ପ୍ରବକ୍ତା ଷ୍ଟିଫନ ଡ଼ୁଜାରିକ୍‌ କହିଛନ୍ତି, ଯେତେବେଳେ ଜଣେ ୟୁନିସେଫ୍‌ ଗୁଡ୍‌ଓ୍ଵିଲ୍‌ ଆମ୍ବାସଡର ବ୍ୟକ୍ତିଗତ ଭାବରେ ନିଜ ଇଚ୍ଛାକୁ ଜାହିର କରିବା ସହ ଜଣଙ୍କୁ ସମର୍ଥନ କରିବାକୁ ଚାହିଁବ, ତେବେ ସେ ତାହା କରି ପାରିବ । ୟୁନିସେଫ୍‌ ଗୁଡ୍‌ଓ୍ଵିଲ୍‌ ଆମ୍ବାସଡରଙ୍କ ବ୍ୟକ୍ତିଗତ ବିଚାର ଏବଂ ତାଙ୍କ କାର୍ଯ୍ୟ ୟୁନିସେଫ୍‌କୁ ପ୍ରଭାବିତ କରି ନ ଥାଏ । ଯଦି ସେ ୟୁନିସେଫ୍‌ ପକ୍ଷରୁ କିଛି କହୁଛନ୍ତି, ତେବେ ସେମାନେ ନିରପେକ୍ଷ ଭାବେ ନିଜର ମତ ରଖିବାକୁ ବାଧ୍ୟ ।

ସମ୍ବନ୍ଧିତ ଖବର