ପ୍ରିୟଙ୍କା ଚୋପ୍ରାଙ୍କ କଥାକୁ ବିଶ୍ୱାସ କରି ନଥିଲେ ନିର୍ମାତା , ନାୟକ ବି ମାନି ନ ଥିଲେ ଜାଣନ୍ତୁ ଏମିତି କେବେ କାହିଁକି ଘଟିଥିଲା ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ଜଣେ ଏମିତି ଯୁବତୀ , ଯିଏ କି ନିଜର ପ୍ରତିଭା ଓ ଆତ୍ମବିଶ୍ୱାସ ବଳରେ ହଲିଉଡ ଓ ବଲିଉଡରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି।
କିନ୍ତୁ ଏଭଳି ଏକ ସମୟ ଆସିଥିଲା, ଯେତେବେଳେ ପ୍ରିୟଙ୍କା ଚୋପ୍ରାଙ୍କ କ୍ୟାରିଅର୍‌ ଶେଷ ହେବା ଭଳି ଲାଗୁଥିଲା। ତା’ର କାରଣ ବି ଶୁଣିଲେ ଆପଣ ବିସ୍ମିତ ହେବେ।
ପ୍ରଖ୍ରାତ ନିର୍ମାତା ବିଜୟ ଗଲାନୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଏକ ଫିଲ୍ମ ତିଆରି କରୁଥିଲେ,ଆଜିକୁ ବେଶ୍‌ କିଛି ବର୍ଷ ତଳେ। ସେଥିରେ ପ୍ରିୟଙ୍କାଙ୍କୁ ବବି ଦେଓଲଙ୍କ ବିପକ୍ଷରେ ନାୟିକା ଭୂମିକା ମିଳିଥିଲା। ଏହି ଫିଲ୍ମର ଟାଇଟଲ୍‌ କିନ୍ତୁ ଠିକ୍‌ ହୋଇ ନଥିଲା।
ବବି ଦେଓଲ-ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ସିନେମାର ନିର୍ଦ୍ଦେଶନା ଦେଉଥିଲେ ମହେଶ ମଞ୍ଜରେକର୍‌। ଫିଲ୍ମର ସୁଟିଂ ଆରମ୍ଭ ହେବାର କିଛି ଦିନ ଆଗରୁ ନିର୍ମାତା ବିଜୟ ଗଲାନୀ ଶୁଣିବାକୁ ପାଇଲେ ଯେ ପ୍ରିୟଙ୍କା ଚୋପ୍ରା ନିଜର ନାକରେ ଅସ୍ତ୍ରୋପଚାର କରିଛନ୍ତି। ଏଥିପାଇଁ ସେ ଅସୁନ୍ଦର ଦିଶୁଛନ୍ତି।
ଏକଥାର ସତ୍ୟତା ଜାଣିବା ପାଇଁ ଫିଲ୍ମର ସୁଟିଂ ଆରମ୍ଭ ହେବାର ପ୍ରଥମ ଦିନ ପ୍ରିୟଙ୍କାଙ୍କୁ ମେକ ଅପ୍‌ ଭ୍ୟାନ୍‌ରେ ଯାଇ ଭେଟିଥିଲେ ନିର୍ମାତା। ସେ ପ୍ରିୟଙ୍କାଙ୍କ ନାକକୁ ନାପସନ୍ଦ କଲେ। ଏଣୁ ସେହି ଫିଲ୍ମକୁ ବନ୍ଦ କରିବା ଲାଗି ସେହି ମୁହୂର୍ତ୍ତରେ ନିଷ୍ପତ୍ତି ନେଇଥିଲେ ବିଜୟ ଗିଲାନୀ। ପ୍ରିୟଙ୍କାଙ୍କ ସହ କାମ କରିବାକୁ ବବି ଦେଓଲ ବି ରାଜି ହୋଇ ନଥିଲେ।


ଏକଥା ପ୍ରଚାରିତ ହେବା ପରେ ତାଙ୍କ ହାତରେ ଥିବା ଆଠଟି ବଡ ବଜେଟ୍‌ର ସିନେମା ବି ଖସିଗଲା। ଏଭଳି କୁହାଗଲା ଯେ ପ୍ରିୟଙ୍କା ଚୋପ୍ରାଙ୍କ କ୍ୟାରିଅର୍‌ ଖତମ୍‌ ହୋଇଗଲା। ହେଲେ ମାସକ ପରେ ତାଙ୍କ ନାକ ଠିକ୍‌ ହୋଇଯିବ ବୋଲି ସେ ବୁଝାଇଲେ ବି କେହି ତାଙ୍କ କଥାକୁ ବିଶ୍ୱାସ କଲେ ନାହିଁ।

ସମ୍ବନ୍ଧିତ ଖବର