ଏବେ  କେବଳ  ଆଫେଆର୍‌ ପାଇଁ ନୁହେଁ , ଏଥିପାଇଁ ବି ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା 

ମୁମ୍ବାଇ: ବଲିଉଡ଼୍‍ର ନାମୀ ନାୟିକା ପ୍ରିୟଙ୍କା ଚୋପ୍ରା ଏବେ  ନିଜର ପ୍ରେମିକ ନିକ୍‌ ଜୋନାସଙ୍କ ସହ ଆଫେଆର୍‌ ପାଇଁ  ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତେବେ ହଲିଉଡ଼୍‍ରେ ଖୁବ୍‌ ଚର୍ଚ୍ଚିତ ହୋଇସାରିଛନ୍ତ ବି ପ୍ରିୟଙ୍କା ।ସେ  ନିଜର ଅଭିନୟ ପ୍ରତିଭା ପାଇଁ ଯେତିକି ଚର୍ଚ୍ଚିତା,ତା’ ଠୁଁ ବେଶି ପ୍ର୍ରଶଂସିତା ହୋଇଛନ୍ତି ନିଜର ଫିଗର୍‌ ପାଇଁ।ଏଇଥିପାଇଁ ପ୍ରିୟଙ୍କା ଚୋପ୍ରାଙ୍କାର ଫ୍ୟାନ୍‌  ଫଲୋଅର୍ସଙ୍କ ସଂଖ୍ୟା ଅଧିକ।

ପ୍ରିୟଙ୍କା ଚୋପ୍ରା ନିଜର ଭୂମିକା ଅନୁଯାୟୀ ଶରୀରର ପରିବର୍ତ୍ତନ କରିଥା’ନ୍ତି। ସେ ଫିଲ୍ମ ‘ମେରିକମ୍‌’ ବକ୍ସର ଭୂମିକାରେ  ନଜର ଆସିଥିଲେ।ଏହି ଭୂମିକାକୁ ଶତ ପ୍ରତିଶତ ଦେବା ଲାଗି ପ୍ରିୟଙ୍କା ଚୋପ୍ରା ଖୁବ୍‌ ପରିଶ୍ରମ ମଧ୍ୟ କରିଥିଲେ।

ଏବେ ପୁଣି ଥରେ ସିକ୍ସ ପ୍ୟାକ୍‌ ବଡ଼ି  ବନାଇବାକୁ ଯାଉଛନ୍ତି ସେ।ଏଥର କୌଣସି ବଲିଉଡ଼୍‍ ଫିଲ୍ମ ପାଇଁ  ନୁହେଁ ବରଂ ଏକ ହଲିଉଡ଼୍‍ ସିନେମା  ଲାଗି ଏଭଳି କରିବାକୁ ଯାଉଛନ୍ତି ପ୍ରିୟଙ୍କା।ଏହି ହଲିଉଡ଼୍‍ ଫିଲ୍ମର ଟାଇଟଲ୍‌ ହେଲା ‘ଇଜ୍‌ ଇନ୍‌ ନଟ୍‌ ରୋମାଣ୍ଟିକ୍‌’।ଏଠାରେ ସୂଚନାଯୋଗ୍ୟ ଯେ,ଏହି ଫିଲ୍ମରେ ଜଣେ ଯୋଗ ପ୍ରଶିକ୍ଷିକା ଭୂମିକାରେ ଅଭିନୟ କରୁଛନ୍ତି ପ୍ରିୟଙ୍କା ଚୋପ୍ରା।ସେ କିଛି ଦିନ ପୂର୍ବରୁ  ନିଉୟର୍କରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ।ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଟଡ଼୍‍ ଟ୍ରେସ୍‌ ସ୍କଲସନ୍‌।

ଏହାପୂର୍ବରୁ ପ୍ରିୟଙ୍କା ହଲିଉଡ଼୍‍ ଡ୍ରାମା ସିରିଜ୍‌ ‘କ୍ୱାଣ୍ଟିକୋ’ ପାଇଁ ମଧ୍ୟ ନିଜର ଫିଗର୍‌ ଲାଗି ଯଥେଷ୍ଟ ପରିଶ୍ରମ କରିଥିଲେ। ଅତୀତରେ ଶାହରୁଖ୍‌ ଖାନ୍‌ ସଲମାନ୍‌ ଖାନ୍‌ ରିତିକ୍‌ ରୋଶନଙ୍କ ଭଳି ଅଭିନେତାମାନେ ସିକ୍ସ ପ୍ୟାକ୍‌ ଆବ୍‌ସ ବନାଇ ସାରିଛନ୍ତି। ପ୍ରିୟଙ୍କାଙ୍କ ଏହି ରୂପ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର