ପ୍ରିୟଙ୍କାଙ୍କ ଧୂମପାନର ଫଟୋ ଦେଖି ଲୋକେ କହିଲେ; ଦୀପାବଳିରେ ଆସ୍ଥମା ହୋଇଯାଉଛି, ଆଉ ଏବେ…

ମୁମ୍ବାଇ : କୁହାଯାଏ କି, ଅନ୍ୟକୁ ଉପଦେଶ ଦେବା ସହଜ । କିନ୍ତୁ ନିଜେ ତାହାକୁ ପାଳନ କରିବା କଷ୍ଟ । ଯାହା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରମାଣ କରି ଦେଖାଇଛନ୍ତି । କିଛି ଦିନ ତଳେ ନିଜ ଜନ୍ମଦିନକୁ ସ୍ୱାମୀ ନିକ୍‌ ଓ ପରିବାର ସହ ପାଳନ କରିଥିଲେ ପ୍ରିୟଙ୍କା । ଜନ୍ମଦିନର ଫଟୋ ଭାଇରାଲ ହେବା ପରେ ଏବେ ଜନ୍ମଦିନ ପରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଠି ପ୍ରିୟଙ୍କାଙ୍କୁ ଧୂମପାନ କରୁଥିବା ଦେଖାଯାଇଛି । ଫଟୋରେ ତାଙ୍କ ମା’ ଏବଂ ସ୍ୱାମୀ ନିକ୍‌ ମଧ୍ୟ ନଜର ଆସିଛନ୍ତି ।

ଫଟେରେ ୩ଜଣ ଧୂମପାନ କରୁଥିବା ବେଳେ ପ୍ରିୟଙ୍କା ଏବଂ ତାଙ୍କ ମା’ଙ୍କୁ ଲୋକେ ଟ୍ରୋଲ କରୁଥିବା ଦେଖାଯାଇଛି । ସୂଚନା ମୁତାବକ, ପ୍ରିୟଙ୍କାଙ୍କୁ ୫ବର୍ଷ ବୟସରୁ ଆସ୍ଥମାର ସମସ୍ୟା ଥିବା ସହ ପ୍ରତିବର୍ଷ ଦୀପାବଳିରେ ବାଣ ନ ଫୁଟାଇବାକୁ ଉପଦେଶ ଦେଇଥାନ୍ତି ପ୍ରିୟଙ୍କା । ଗତ ଦୀପାବଳିରେ ଭିଡିଓ ସେୟାର କରି, ଦୟାକରି ମୋ ନିଶ୍ୱାସର ଯତ୍ନ ନେବେ । ଦୀପାବଳିରେ ବାଣ ଫୁଟାନ୍ତୁ ନାହିଁ । ଏହି ପର୍ବ ପ୍ରଦୂଷଣର ନ ହୋଇ ଆଲୋକମାଳା ଏବଂ ଭଲପାଇବାର ହେବା ଦରକାର ବୋଲି କହିଥିଲେ ।

aajtak.intoday.in

କିନ୍ତୁ ଏବେ ନିଜେ ଧୂମପାନ କରୁଥିବା ଦେଖି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଜଣେ ବ୍ୟବହାରକାରୀ, ଦିଦିଙ୍କୁ ଦୀପାବଳିରେ ଆସ୍ଥମା ହୋଇଯାଉଛି କିନ୍ତୁ ଏବେ ଧୂମପାନ କରୁଛନ୍ତି ବୋଲି ଲେଖିଥିଲେ । ଆଉ ଜଣେ ବ୍ୟବହାରକାରୀ, ଦିଦି ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ହେଉଛି ବୋଲି କହୁଛନ୍ତି, କିନ୍ତୁ ନିଜ ଜନ୍ମଦିନରେ ବାଣ ଫୁଟାଇବାକୁ ଭୁଲୁ ନାହାନ୍ତି ବୋଲି ଲେଖିିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର