ବିବାହ ପୂର୍ବରୁ ନିକ୍‌ଙ୍କ ପରିବାର ଉପରେ ପଡ଼ିଲା ବଡ଼ ବିପତ୍ତି,ଏହି କାରଣରୁ ପ୍ରିୟଙ୍କାଙ୍କ ଶ୍ୱଶୁରଙ୍କୁ ବିକିବାକୁ ପଡ଼ିବ କୋଟି କୋଟି ଟଙ୍କାର ସଂପତ୍ତିି

ମୁମ୍ବାଇ: ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନ୍‌ସଙ୍କ ସହ ନିର୍ବନ୍ଧ ହେବା ପରେ ଏବେ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ତେବେ ଦୁହିଁଙ୍କ ବିବାହ ପୂର୍ବରୁ ପ୍ରିୟଙ୍କାଙ୍କ ଶ୍ୱଶୁରଙ୍କୁ ନେଇ ଏକ ଖବର ଶୁଣିବାକୁ ମିଳିଛି, ଯାହାକୁ ଶୁଣିବା ପରେ ପ୍ରିୟଙ୍କାଙ୍କ ପ୍ରଶଂସକମାନଙ୍କ ମନ ଦୁଃଖ ହେବ ନିଶ୍ଚୟ ।
ମିଳିଥିବା ଖବର ଅନୁଯାୟୀ ପ୍ରିୟଙ୍କାଙ୍କ ଶ୍ୱଶୁର ପଲ୍‌ ଜୋନ୍‌ସ ଏକ କନ୍‌ଷ୍ଟ୍ରକ୍‌ସନ୍‌ ଏବଂ ରିୟଲ ଇଷ୍ଟେଟ୍‌ ବ୍ୟବସାୟର ମାଲିକ ଥିଲେ । କିନ୍ତୁ ଅଧିକ କରଜ କରି ନେଇଥିବାରୁ ସେ ନିଜ କମ୍ପାନିକୁ ଦେବାଳିଆ ଘୋଷଣା କରିଥିବା ଜଣା ପଡ଼ିଛି । ଏହି ଖବର ଆମେରିକାର ଖବର କାଗଜରେ ପ୍ରକାଶ ପାଇବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Indiatimes.com

ମିଳିଥିବା ଖବର ଅନୁଯାୟୀ ପଲ୍‌ ଜୋନ୍‌ସଙ୍କ କମ୍ପାନି ଉପରେ ୭କୋଟି ୮ଲକ୍ଷ ଟଙ୍କାର କରଜ ରହିଛି । ଯାହାକୁ ସେ ସୁଝି ପାରି ନାହାନ୍ତି । ଏଥି ପାଇଁ ସେ ନିଜର କିଛି ସଂପତ୍ତି ବିକ୍ରି କରିବେ ବୋଲି ମଧ୍ୟ ଜଣା ପଡ଼ିଛି । କିନ୍ତୁ ବଡ଼ କଥା ହେଲା ପଲ୍‌ ନିଜ କମ୍ପାନିକୁ ଦେବାଳିଆ ଘୋଷଣା କରିବା ପରେ ଏହାର ପ୍ରଭାବ ତାଙ୍କ ପରିବାର ଉପରେ ପଡ଼ିବ ନାହିଁ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର