ଏହି ରିଆଲିଟି ସୋ’ରେ ଏକାଠି ନଜର ଆସିବେ ପ୍ରିୟଙ୍କା ଓ ନିକ୍‌!

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ଆମେରିକୀୟ ପ୍ରେମିକ ନିକ୍‌ ଜୋନ୍‌ସ ଯେଉଁଠାରେ ବି ଏକାଠି ନଜର ଆସୁଛନ୍ତି ସେଠାରେ ହଙ୍ଗାମା ହେଉଛି। ଏହି ପ୍ରେମୀଯୁଗଳ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ବିଶେଷ କରି ଏନ୍‌ଗେଜମେଣ୍ଟ୍‌ ପରେ ପ୍ରିୟଙ୍କା ଓ ନିକ୍‌ ଲୋକଙ୍କର ଅଧିକ ଦୃଷ୍ଟି ଆକର୍ଷଣ କରୁଛନ୍ତି ।
ଏବେ ଖବର ମିଳିଛି କି ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସ ଏକାଠି ଏକ ରିଆଲିଟି ସୋ’ରେ ନଜର ଆସିବେ । ହଁ , ଚର୍ଚ୍ଚା ହେଉଛି ,ଏ ଦୁହେଁ ଡ୍ୟାନ୍‌ସ ରିଆଲିଟି ସୋ’‘ଡ୍ୟାନ୍‌ସ ପ୍ଲସ୍‌-୪’ରେ ଏକାଠି ନୃତ୍ୟ କରିବେ। ଏ ଦୁହିଁଙ୍କୁ ଏହି ସୋ’ରେ ଅତିଥିଭାବେ ଯୋଗ ଦେବା ଲାଗି ନିମନ୍ତ୍ରଣ ଦିଆଯାଇଛି।


‘ଡ୍ୟାନ୍‌ସ ପ୍ଲସ୍‌-୪’ ସୋ’ ପ୍ରତି ଶନିବାର ଓ ରବିବାର ରାତି ଆଠଟା ବେଳେ ପ୍ରସାରିତ ହେଉଛି। ଏହା ଷ୍ଟାର୍‌ ପ୍ଲସ୍‌ ଚାନେଲରେ ପ୍ରସାରିତ ହେଉଛି। ଏହି ସୋ’କୁ ଡିଆଇଡି ଫେମ୍‌ ରାଘବ ଓ ସାରେଗାମା ପା ଫେମ୍‌ ସୁଗନ୍ଧା ମିଶ୍ରା ହୋଷ୍ଟ୍‍ କରୁଛନ୍ତି। ଏଥିରେ ତିନିଜଣ ଜଜ୍‌ ଅଛନ୍ତି। ସେମାନେ ହେଲେ ପୁନୀତ ପାଠକ,ଶକ୍ତି ମୋହନ ଓ ଧର୍ମେଶ। ଏତଦ୍‌ବ୍ୟତୀତ ଏଥିରେ ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ରେମୋ ଡିସୁଜା ସୁପରଜଜ୍‌ ଭାବେ ଅଛନ୍ତି।

ସମ୍ବନ୍ଧିତ ଖବର