ପ୍ରିୟଙ୍କା ଏବଂ ନିକ୍‌ଙ୍କ ପ୍ରେମ ସଂପର୍କ ବିଷୟରେ ଆଗରୁ ଜାଣିଥିଲେ ଏହି ଅଭିନେତ୍ରୀ, ଏତେ ଦିନ ପରେ ସାମ୍ନାକୁ ଆସିଲା ସତ

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ହଠାତ୍‌ ସମସ୍ତଙ୍କ ସାମ୍ନାକୁ ଆସିଥିବା ବେଳେ ନିଜ ଠାରୁ ଏତେ କମ ବୟସ୍କ ଯୁବକଙ୍କ ପ୍ରେମରେ ପଡ଼ିବା ଖବରକୁ କେହି ସହଜରେ ହଜମ କରି ପାରି ନଥିଲେ । ନିକ୍‌ଙ୍କ ସହ ପ୍ରିୟଙ୍କାଙ୍କ ପ୍ରେମ ସଂପର୍କ ପରେ ନିର୍ବନ୍ଧ ଏବଂ ଏବେ ଦୁହେଁ ବିବାହ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହେଁ ଯୋଧପୁରରେ ହିଁ ବିବାହ କରି ପାରନ୍ତି ବୋଲି ଜଣା ପଡ଼ିଥିବା ବେଳେ ଏ ମଧ୍ୟରେ ଆଉ ଏକ କଥାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହିଁଙ୍କ ମଧ୍ୟରେ କେବେଠାରୁ ପ୍ରେମ ସଂପର୍କ ଆରମ୍ଭ ହେଲା ତାହା କେହି ଜାଣି ନଥିବା ବେଳେ ବଲିଉଡ୍‌ର ଏହି ଅଭିନେତ୍ରୀଙ୍କୁ ପୂର୍ବରୁ ସବୁ କିଛି ଜଣା ଥିଲା । ସେ ହେଉଛନ୍ତି ପ୍ରିୟଙ୍କାଙ୍କ ଭଉଣୀ ପରୀଣିତି ଚୋପ୍ରା । ଫିଲ୍ମଫେୟାର ସହ କଥା ହୋଇ ସେ ଏହାର ଖୁଲାସା କରିଛନ୍ତି ।

NDTV.com

“ଯେଉଁଦିନ ନିକ୍‌ ପ୍ରିୟଙ୍କାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ସେଦିନ ପ୍ରିୟଙ୍କାଙ୍କ ଜନ୍ମଦିନ ଥିଲା । ଏ ଖବର ସେ ମୋତେ ପ୍ରଥମେ ଜଣାଇଥିଲେ । ରାତି ୩ଟାରେ ସେ ମୋତେ କଲ କରିଥିଲେ । ଯାହାକୁ ମୁଁ ଉଠାଇ ପାରି ନଥିଲି । ପରେ ମୁଁ ତାଙ୍କୁ ଭିଡ଼ିଓ କଲ୍‌ କରିବା ପରେ ସେ ମୋତେ ନିଜର ମୁଦି ଦେଖାଇଥିଲେ । ପରେ ସବୁ ଜାଣିବା ପରେ ମୁଁ ଖୁସିରେ କାନ୍ଦିବାକୁ ଲାଗିଥିଲି” ବୋଲି ପରୀଣିତି କହିଥିଲେ ।

ସମ୍ବନ୍ଧିତ ଖବର