ନବବିବାହିତ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସଙ୍କର ସଂପତ୍ତି କେତେ 

ମୁମ୍ବାଇ: ବଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସଙ୍କ ବାହାଘର ହେଲା । ଏହି ବାହାଘରକୁ ନେଇ ଏବେ ବି  ଏ ଦୁହେଁ  ଯେତିକି ଖୁସି ଅଛନ୍ତି , ତା’ଠାରୁ ଅଧିକ ଚର୍ଚ୍ଚା ଚାଲିଛି ଉଭୟଙ୍କର ଆୟକୁ ନେଇ । ବାହା ହେବାପରେ କେତେ କୋଟି ଟଙ୍କାର ମାଲିକ ହେବେ ଜାଣିଲେ ହୁଏତ ଆପଣ ବିଶ୍ୱାସ କରି ନପାରନ୍ତି। , କିନ୍ତୁ ତାହା ଏକଦମ୍‌ ସତ।ଏକ ରିପୋର୍ଟ ଅନୁଯାୟୀ ପ୍ରିୟଙ୍କା ଚୋପ୍ରା ତାଙ୍କର ସ୍ୱାମୀ ନିକଙ୍କଠାରୁ ଅଧିକ ଆୟ କରନ୍ତି। ଆଉ ବିବାହପରେ ଏହି ପତି-ପତ୍ନୀଙ୍କର ମିଳିତ ସଂପତ୍ତିର ମୂଲ୍ୟ ପାଖାପାଖି ୩ ଶହ କୋଟି ୮୦ ଲକ୍ଷ ହୋଇଯିବ।

ଏହି ରିପୋର୍ଟ ଅନୁସାରେ ପ୍ରିୟଙ୍କା ଚୋପ୍ରାଙ୍କର ବାର୍ଷିକ ଆୟ ୧୦ ମିଲିଅନ୍‌ ଡଲାର୍‌ ଅର୍ଥାତ୍‌ ୬୪ କୋଟି ଟଙ୍କା ।ଏଣେ ଅନ୍ୟ ଏକ ରିପୋର୍ଟରେ ଜଣାଯାଏ ଯେ  ପ୍ରିୟଙ୍କା ଚୋପ୍ରା ଏବେ ୨୦୦ କୋଟି ଟଙ୍କାର ମାଲିକାଣୀ।ଏକ ଓ୍ଵବ ସାଇଟ୍‌ର ରିପୋର୍ଟ ଅନୁସାରେ ନିକ୍‌ ଜୋନସଙ୍କର ସଂପତ୍ତିର ମୋଟ୍‌ ମୂଲ୍ୟ ପ୍ରାୟ ୨୫ ମିଲିଅନ୍‌ ଅର୍ଥାତ୍‌ ୧୭୧ କୋଟି ଟଙ୍କା।

 

ସମ୍ବନ୍ଧିତ ଖବର