ପ୍ରିୟଙ୍କାଙ୍କ ଖୁଲାସା : ମୋ କଥା ମନେ ପଡ଼ିଲେ ନିକ୍‌ କରନ୍ତି ଏହି କାମ

ମୁମ୍ବାଇ : ବଲିଉଡ୍‌ ଓ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜର ଆଗାମୀ ଫିଲ୍ମ ଦ ସ୍କାଏ ଇଜ୍‌ ପିଙ୍କ୍‌ର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି । ୩ବର୍ଷର ଲମ୍ବା ବ୍ୟବଧାନ ପରେ ପ୍ରିୟଙ୍କା ଏହି ଫିଲ୍ମ ଜରିଆରେ ବଲିଉଡ୍‌କୁ ଫେରୁଥିବା ବେଳେ ଫିଲ୍ମର ଟ୍ରେଲର ମଧ୍ୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି । ଫିଲ୍ମର ରିଲିଜ୍‌ ପୂର୍ବରୁ ପ୍ରିୟଙ୍କା ଓ ଅଭିନେତା ଫର୍‌ହାନ ଅଖ୍‌ତାର ବିଭିନ୍ନ ରିୟାଲିଟି ସୋ’କୁ ଯାଇ ଫିଲ୍ମର ପ୍ରମୋସନ କରିବା ଆରମ୍ଭ କରି ଦେଇଛନ୍ତି ।

ତେବେ ଫିଲ୍ମର ପ୍ରମୋସନ ସହ ପ୍ରିୟଙ୍କା ନିଜ ବୈବାହିକ ଜୀବନକୁ ନେଇ ଅନେକ ଖୁଲାସା କରୁଥିବା ଦେଖାଯାଇଛି । ପୂର୍ବରୁ ନିକ୍‌ ତାଙ୍କ ବିବାହରେ ଗ୍ୟାସ୍‌ ସିଲିଣ୍ଡର ଉଠାଇଥିବା ନେଇ ପ୍ରିୟଙ୍କା ଜଣାଇଥିବା ବେଳେ ଏବେ ପ୍ରିୟଙ୍କାଙ୍କ କଥା ମନେ ପଡ଼ିଲେ ନିକ୍‌ କ’ଣ କରନ୍ତି, ସେ ବିଷୟରେ ଜଣାଇଛନ୍ତି ପ୍ରି୍ରୟଙ୍କା ।

Nik pc
oneindia.com

ତାଙ୍କ କହିବା ଅନୁଯାୟୀ, ମୁଁ କୌଣସି କାମରେ ବାହାରେ ଥିବା ବେଳେ ମୋ କଥା ମନେ ପଡ଼ିଲେ ନିକ୍‌ ବସି ଫିଲ୍ମ ଦେଖିଥାନ୍ତି । ଅନ୍ୟ କାହାର ଫିଲ୍ମ ଦେଖିବା ପରିବର୍ତ୍ତେ ନିକ୍‌ ମୋର ଫିଲ୍ମ ଦେଖିଥାନ୍ତି । ଥରେ ମୁଁ ବାହାରେ ଥିବାରୁ ସେ ମୋର ଅଭିନୀତ ଫିଲ୍ମ ମେରି କମ ଦେଖିଥିଲେ ଏବଂ ଏ ବିଷୟରେ ମୋତେ ଫୋନ କରି ମଧ୍ୟ ଜଣାଇଥିଲେ । ତାଙ୍କର ଏଭଳି କାମ ମୋତେ ଖୁସି କରାଇଥିଲା । ବିବାହ ପୂର୍ବରୁ ମୁଁ ନିକ୍‌ଙ୍କ କାମ ବିଷୟରେ କିଛି ବି ଜାଣି ନଥିଲି । ଏମିତି କି ତାଙ୍କୁ ଚିହ୍ନି ମଧ୍ୟ ନଥିଲି । କିନ୍ତୁ ନିକ୍‌ ମୋ କାମ ବିଷୟରେ ଜାଣିବା ସହ ଅଧିକ ଜାଣିବାର ପ୍ରୟାସ କରୁଥିଲେ ।

ସମ୍ବନ୍ଧିତ ଖବର