କର୍ଣ୍ଣାଟକ: ସନ୍ନିଙ୍କ ଉପସ୍ଥିତିକୁ ନେଇ ଅସନ୍ତୋଷ

ନୂଆଦିଲ୍ଲୀ: ବଲିଉଡରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ସନ୍ନି ଲିଓନି ନୂଆବର୍ଷ ପାଇଁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ଥିଲା। ତେବେ ସନ୍ନି ଲିଓନିଙ୍କ ଏହି ଉପସ୍ଥିତିକୁ ନେଇ ବେଙ୍ଗାଲୁରୁରେ ବିଭିନ୍ନ ସଂଗଠନ ବିରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ମୟାନ ଟେକ ପାର୍କରେ ଷ୍ଟେଜ ସୋ’ କରିଥାନ୍ତେ। ସେଠାରେ କର୍ଣ୍ଣାଟକ ରକ୍ଷଣାବେଦିକ ୟୁବ ସେନାର ସଦସ୍ୟମାନଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ପୋଷ୍ଟରକୁ ଜଳାଇବା ସହ କର୍ଣ୍ଣାଟକ ସଂସ୍କୃତି ନଷ୍ଟ କରିବାକୁ ଚେଷ୍ଟା କରୁଥିବାରୁ ମଧ୍ୟ ନିନ୍ଦା କରିଥିଲେ । ଯଦି ତାଙ୍କୁ ଷ୍ଟେଜ ସୋ’ କରିବାକୁ ଅନୁମତି ଦିଆଯାଇଥାନ୍ତା ତେବେ ସମସ୍ତେ ସାମୂହିତ ଭାବେ ଆତ୍ମହତ୍ୟା କରିଥାନ୍ତେ ବୋଲି ଧମକ ଦେଇଥିଲେ ।

ରାଜ୍ୟ ଅଧ୍ୟକ୍ଷ ହରିଶ, କେଆରବି ୟୁବା ସେନା ମଧ୍ୟ କହିଥିଲେ ଯେ ଯଦି ସନ୍ନି ଶାଢୀ ପିନ୍ଧି ପରଫର୍ମ କରିବେ ତେବେ ସେମାନଙ୍କୁ ସେଥିରେ କୌଣସି ଆପତ୍ତି ନାହିଁ । ସେଠାରେ ଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ ସେମାନେ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି । ତେବେ ଗୃହମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ସନ୍ନିଙ୍କୁ ମଞ୍ଚରେ ପରଫର୍ମ କରିବାକୁ ଅନୁମତି ଦିଆ ନଯିବା ଦରକାର ।

ଜଣେ କଣ୍ଡମ ର୍ନିମାତାଙ୍କର ବ୍ରାଣ୍ଡ ଆମ୍ବାସାଡର ହେଉଛନ୍ତି ସନ୍ନି । ଗୁଜୁରାଟରେ ନବରାତ୍ରୀ ଥିମରେ ର୍ନିମିତ କଣ୍ଡୋମ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି । ସେପ୍ଟେଟର ୧୯, ମଙ୍ଗଳବାର ନବରାତ୍ରୀ ଉତ୍ସବ ପୂର୍ବରୁ କଣ୍ଡୋମ ବ୍ୟବହାରକୁ ପ୍ରୋତ୍ସାହନ ଦେଉଥିବା ପୂର୍ବ ବୟସ୍କ ଅଭିନେତାଙ୍କ ବିରୁଦ୍ଧରେ ମଧ୍ୟ ପ୍ରତିବାଦ ସୃଷ୍ଟି ହେବାପରେ ଲୋକେ ବହୁ ସଂଖ୍ୟାରେ ବିଲବୋର୍ଡ ଫିଙ୍ଗିଥିଲେ । ବିବାଦ ବଢିବାରୁ ସ୍ଥାନୀୟ ଅଧିକାରୀ ବିଜ୍ଞାପନକୁ ହଟାଇ ଦେଇଥିଲେ ଯ। ତେବେ ଅଖିଳ ଭାରତୀୟ ଯୁବ ସଂଘ ଏହି ବିବାଦକୁ ନେଇ ର୍ନିମାତାଙ୍କ ନାମରେ ଲିଖିତ ଭାବରେ ଆରୋପ ଲଗାଇଛନ୍ତି ।

ଆଉଟ ଅଫ ଚଏସ ଆଣ୍ଡ ନଟ ବଏ ଫୋର୍ସନାମକ ଏକ ଯୌନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେ ଅଶ୍ଳୀଳ ସିନେମା କରିବା ପୂର୍ବରୁ ପେଣ୍ଟ ହାଉସରେ ଏକ ମଡେଲ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ଖୁବ କମ ଦିନରେ ଫିଲ୍ମ ର୍ନିମାତା ଓ ନିର୍ଦ୍ଦେଶକ ହୋଇଗଲେ । ବଲିଉଡରେ ପ୍ରସିଦ୍ଧି ପାଇଁ ଟିଭି ରିଅଲିଟି ସୋ ‘ବିଗବସ’ ତାଙ୍କୁ ଖୁବ ସାହାଯ୍ୟ କରିଥିଲା ଫଳରେ ସେ ସିନେମା ‘ଜିସ୍ମ-୨’ରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।

ସମ୍ବନ୍ଧିତ ଖବର