ପାକ୍‌ କଳାକାରମାନଙ୍କ ସହ କାମ କରିବାକୁ ନେଇ ପଚରାଯିବା ପ୍ରଶ୍ନର ଏପରି ଉତ୍ତର ଦେଲେ ବିଦ୍ୟା ବାଲାନ

ମୁମ୍ବାଇ : ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏବେ ସାରା ଦେଶ ପ୍ରତିଶୋଧର ନିଆଁରେ ଜଳୁଛି । ଧୀରେ ଧୀରେ ଭାରତ ପକ୍ଷରୁ ପାକିସ୍ତାନକୁ ମିଳୁଥିବା ସବୁ ସୁବିଧାକୁ ବନ୍ଦ କରି ଦିଆଯାଉଥିବା ବେଳେ ବଲିଉଡ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବଲିଉଡ୍‌ ଫିଲ୍ମକୁ ପାକିସ୍ତାନରେ ରିଲିଜ୍‌ କରାଯାଉ ନଥିବା ବେଳେ ପାକ୍‌ କଳାକାରମାନେ ମଧ୍ୟ ବଲିଉଡ୍‌ରେ କାମ କରି ପାରିବେ ନାହିଁ ବୋଲି ଘୋଷଣା କରାଯାଇ ସାରିଛି । ପୂର୍ବରୁ ପୁଲଓ୍ଵାମାରେ ଘଟିଥିବା ଘଟଣାକୁ ନେଇ କଙ୍ଗନା ନିଜର ମତ ରଖି ସାରିଥିବା ବେଳେ ଏବେ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ନିଜର ମତ ରଖିଛନ୍ତି ।

Greater Jammu

ପାକ୍‌ କଳାକାମାନଙ୍କ ସହ କାମ କରିବାକୁ ନେଇ ବିଦ୍ୟାଙ୍କୁ ଏକ ପ୍ରଶ୍ନ କରାଯିବା ପରେ ସେ କହନ୍ତି, ‘ମୋତେ ଲାଗୁଛି ଏବେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାର ସମୟ ଆସିଛି । ଦେଖିବାକୁ  ଗଲେ କଳାର କୌଣସି ସୀମା ନାହିଁ । କିନ୍ତୁ ଏବେ ବହୁତ ହୋଇଗଲା।’

ସମ୍ବନ୍ଧିତ ଖବର