‘କୁଇନ୍‌’ର  ହେବ ଚାରିଟି ଭାଷାରେ ରିମେକ୍‌, ଜାଣନ୍ତୁ କେଉଁମାନେ ଏଥିରେ କାମ କରୁଛନ୍ତି

ଆକ୍ଟ୍ରେସ୍‌ ଓ  ହୋଷ୍ଟ୍‍  ଶିବାନୀ ଦାଣ୍ଡେକର ୨୦୧୪ରେ ରିଲିଜ୍‌  ହୋଇଥିବା  ଫିଲ୍ମ ‘  କୁଇନ୍‌’ର  ତେଲୁଗୁ  ଓ  ମାଲାୟାଲାମ୍‌  ରିମେକ୍‌  କଙ୍ଗନା ରାନୌତ୍‌ଙ୍କ  ସାଙ୍ଗ  ବିଜୟ ଲକ୍ଷ୍ମୀ ଚରିତ୍ର ନିଭାଇବେ । ବିକାଶ  ବହଲ ଙ୍କ  ଏହି  ଡ୍ରାମା  କମେଡିରେ ଉକ୍ତ ଭୂମିକାଟି  ନିଭାଇ ଲିସା ହେଡେନ୍‌ ଚର୍ଚ୍ଚିତା  ହୋଇଥିଲେ ।

photo-boxofficehits

ଏଠାରେ  ସୂଚନାଯୋଗ୍ୟଯେ  କଙ୍ଗନା ରାନୌତ୍‌ଙ୍କ ସୁପରହିଟ୍‌ ‘ କୁଇନ୍‌’ ତାମିଲ, ତେଲୁଗୁ, କନ୍ନଡ ଓ  ମାଲାୟାଲାମ୍‌  ଅର୍ଥାତ୍‌ ଦକ୍ଷିଣ  ଭାରତର ୪ ଟି  ପ୍ରମୁଖ ଭାଷାରେ ରିମେକ୍‌  ହେଉଛି । ପୂର୍ବରୁ ଚର୍ଚ୍ଚା  ହେଉଥିଲା ଯେ ଉକ୍ତ  ଚାରିଟି   ଭର୍ସନରେ  ଆମି ଜାକସନ୍‌  ବିଜୟ ଲକ୍ଷ୍ମୀ ଭୂମିକାରେ ଅଭିନୟ କରିବେ ।  କିନ୍ତୁ   ଆମିଙ୍କ  ହାତରେ ସମୟ ନଥିବା ହେତୁ  ସେ ଏହାକୁ  ପ୍ରତ୍ୟାଖ୍ୟାନ କରିଥିଲେ ।   ଫିଲ୍ମର  ତାମିଲ୍‌  ଓ କନ୍ନଡ ରିମେକରେ ଏଲି ଅବରାମ୍‌ ନଜର ଆସିବେ ।  ଏଲି ଅବରାମ୍‌  ‘ ମିକି ଭାଇରସ’  ଜରିଆରେ ବଲିଉଡ୍‌ରେ କ୍ୟାରିଅର୍‌  ଆରମ୍ଭ   କରିଥିଲେ । ଏହାପରେ  ତାଙ୍କୁ ‘ ପୋଷ୍ଟର ବୟେଜ୍‌’ ସିନେମାରେ  ମଧ୍ୟ  ଆଇଟମ୍‌ ନମ୍ବରରେ ନଜର ଆସିଥିଲେ  ଏଲି ଅବରାମ୍‌ ।  ଖାଲି ସେତିକି ନୁହେଁ ସେ  କପିଲ ଶର୍ମାଙ୍କ  ସହିତ  ଅବ୍‌ବାସ -ମସ୍ତାନଙ୍କ ନର୍ଦ୍ଦେଶିତ ଫିଲ୍ମ ‘ କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ’  ରେ ମଧ୍ୟ  କାମ  କରିଥିଲେ । ସେ ସ୍ୱିଡେନ୍‌ ର ବାସିନ୍ଦା ।

‘ କୁଇନ୍‌’ ର ରିମେକ୍‌ ନିର୍ମାଣ  କରୁଥିବା ପ୍ରଯୋଜନା ସଂସ୍ଥା ଏହାର ପ୍ରଥମ  ସିଡ୍ୟୁଲ୍‌ ସୁଟିଂ ତମନ୍ନା ଭାଟିଆ, କାଜଲ ଅଗ୍ରଓ୍ଵାଲ, ମଂଜିମା ମୋହନ ଓ  ପାରୁଲ  ଯାଦବଙ୍କ  ସହିତ  ଫ୍ରାନ୍ସ ରେ  ଆରମ୍ଭ  କରିବେ ।  ଏହି  ଚାରିଜଣ ଦକ୍ଷିଣ ଭାରତୀୟ  ନାୟିକା ଭିନ୍ନ ଭିନ୍ନ ଭାଷାରେ ନିର୍ମିତ ‘କୁଇନ୍‌’ ରିମେକ୍‌ରେ  କଙ୍ଗନାଙ୍କ  ଭୂମିକା ନିଭାଇବେ ।  ଏହି ଫିଲ୍ମର ସୁଟିଂ  ବିଦେଶୀ ଲୋକେସନ ସହିତ  ଦକ୍ଷିଣ ଭାରତରେ ବି କରାଯିବ ବୋଲି  ସୂଚନା ମିଳିଛି ।

ସମ୍ବନ୍ଧିତ ଖବର