ଜଣେ ଛାତ୍ରୀଙ୍କୁ ବିବାହ କରିଥିଲେ ଏହି ଅଭିନେତା, ଜାଣନ୍ତୁ କେତେ ମଜାଦାର ତାଙ୍କର ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ ତାରକା ତଥା ସାଉଥ୍‌ ସୁପରଷ୍ଟାର୍‌ ମାଧବନ୍‌ଙ୍କୁ ଦର୍ଶକ ରହନା ହେ ତେରେ ଦିଲମେଁ, ଥ୍ରି ଇଡିଅଟସ୍‌ ଏବଂ ତନୁ ଓ୍ଵଡସ୍‌ ମନୁ ଭଳି ସିନେମାରେ ଦେଖିବାକୁ ପାଇଛନ୍ତି। ହେଲେ ତାଙ୍କର ପ୍ରେମ ସଂପର୍କରେ ଜାଣନ୍ତି କି । ହଁ ଏହା ବେଶ୍‌ ମଜାଦାର। ସେ ସରିତା ବିର୍ଜେଙ୍କୁ ବିବାହ କରିଛନ୍ତି। ଉଭୟଙ୍କର ପ୍ରଥମ ସାକ୍ଷାତ ମହାରାଷ୍ଟ୍ରର କୋହ୍ଲାପୁର ଠାରେ ହୋଇଥିଲା।
ସେତେବେଳେ ଆର୍‌.ମାଧବନ୍‌ ଜଣେ ପ୍ରଫେସର ଭାବେ ବ୍ୟକ୍ତିତ୍ୱ ବିକାଶର ପ୍ରଶିକ୍ଷଣ ଦେଉଥାନ୍ତି। ୧୯୯୧ ମସିହାର କଥା। ସେ କୋହ୍ଲାପୁରରେ ଏହି ପ୍ରଶିକ୍ଷଣ ଦେଉଥାନ୍ତି। ତାଙ୍କ ପାଖକୁ ପ୍ରଶିକ୍ଷଣ ନେବାକୁ ଅନେକ ଯୁବକ ,ଯୁବତୀ ଆସନ୍ତି।ସେମାନଙ୍କ ମଧ୍ୟରୁ ଜଣେ ହେଲେ ସରିତା ଭିର୍ଜେ। ସେତେବେଳେ ମାଧବନ୍‌ ଥିଲେ ଶିକ୍ଷକ ଓ ସରିତା ଛାତ୍ରୀ।ହେଲେ ଦୁହିଁଙ୍କୁ ଜଣା ନଥିଲା ଯେ,ସେ ଦୁହେଁ ଦିନେ ପରସ୍ପରର ହାତ ଧରିବେ। କିନ୍ତୁ ତାହା ହିଁ ଘଟିବାର ଥିଲା।
ବ୍ୟକ୍ତିତ୍ୱ ବିକାଶର ପ୍ରଶିକ୍ଷଣ ଦେବାପରେ ସରିତା ବିିର୍ଜେ ବିମାନ ପରିଚାରିକା ଭାବେ ନିଯୁକ୍ତି ପାଇଗଲେ। ଏହାର ଶ୍ରେୟ ସେ ତାଙ୍କର ପ୍ରଶିକ୍ଷକ ଆର୍‌.ମାଧବନ୍‌ଙ୍କୁ ଦେଲେ।ଏଥିପାଇଁ ସରିତା ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ମାଧବନ୍‌ଙ୍କୁ ରାତ୍ରିଭୋଜନରେ ଆପ୍ୟାୟିତ କରିଥିଲେ।


ମାଧବନ୍‌ ମଧ୍ୟ ସରିତାଙ୍କ ବ୍ୟବହାରରେ ପ୍ରଭାବିତ ହେଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମସଂପର୍କ ଆରମ୍ଭ ହୋଇଥିଲା। ଖାଲି ସେତିକି ନୁହେଁ ମାଧବନ୍‌ ଓ ସରିତା ପ୍ରାୟ ଆଠ ବର୍ଷ ଯାଏଁ ଡ଼େଟିଂ କରିଥିଲେ।ଅବଶେଷରେ ସେ ଦୁହେଁ ୧୯୯୯ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛି,ଯାହାଙ୍କ ନାଆଁ ହେଲା ବେଦାନ୍ତ। ମାଧବନ୍‌ ନିଜର ବୈବାହିକ ଜୀବନକୁ ନେଇ ସନ୍ତୁଷ୍ଟ ।

ସମ୍ବନ୍ଧିତ ଖବର