ବକ୍ସ ଅଫିସ୍‌ରେ ୧୦୦ କୋଟିରୁ ଊର୍ଧ୍ୱ ବ୍ୟବସାୟ କଲାଣି ଆଲିଆଙ୍କ ‘ରାଜି’ ଚଳଚ୍ଚିତ୍ର

0 606

ମୁମ୍ବାଇ: ଧର୍ମ ପ୍ରଡକ୍ସନର ନୂଆ ଚଳଚ୍ଚିତ୍ର ‘ରାଜି’ ଏବେ ଗଣମାଧ୍ୟରେ ଚର୍ଚ୍ଚା ପାଲଟିଛି। ଚଳଚ୍ଚିତ୍ରରେ ଅଭିନେତ୍ରୀ ଆଲି ଭଟ୍ଟ ଓ ଅଭିନେତା ଭିକି କୌଶାଲ ନିଜର ଅଭିନୟ ଯାଦୁ ନିଶ୍ଚୟ ଦେଖାଇଛନ୍ତି। ଚଳଚ୍ଚିତ୍ରଟି ରିଲିଜ୍‌ ହେବାର ତୃତୀୟ ରବିବାର ୪.୪୨ କୋଟି ବ୍ୟବସାୟ କରିଛି। ଏହାର ସମୁଦାୟ ପରିମାଣ ରହିଛି ୧୦୨.୫୦ କୋଟି ଟଙ୍କା।

୨୦୧୮ ମସିହାରେ ବଲିଉଡ୍‌ରେ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ଭିତରେ ୧୦୦ କୋଟି ବ୍ୟବସାୟ କରିବାରେ ‘ରାଜି’ ହେଉଛି ୫୦ତମ। ପୂର୍ବରୁ ଆଲିଆଙ୍କର ଅନ୍ୟ ଦୁଇଟି ଚଳଚ୍ଚିତ୍ର ‘୨ ଷ୍ଟେଟ୍‌ସ’ ଓ ‘ବଦ୍ରିନାଥ କି ଦୁଲ୍‌ହନିଆଁ’ ୧୦୦ କୋଟିର ବେପାର କରିଥିଲା। ଜଣାଇ ଦେଉଛୁ ଯେ ଚଳିତବର୍ଷ କିଛି ଦିନ ଅନ୍ତରରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ପଦ୍ମାବତ୍‌’, ‘ସୋନୁ କେ ଟିଟୁ କି ସୁଇଟି’, ‘ବାଗି୨’ ଏବଂ ‘ରେଡ୍‌’ ଆଦି ଚଳଚ୍ଚିତ୍ରର ସମକକ୍ଷ ହୋଇପାରିଛି ‘ରାଜି’।

Panda Mobile only

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟିେ ୧୯୭୧ ମସିହାର ଭାରତର ଚିତ୍ର ଦେଖିବାକୁ ମିଳିବ। ସେଥିରେ ଭାରତ-ପାକିସ୍ତାନ ଯୁଦ୍ଧର କାହାଣୀ ବି ଦେଖିବାକୁ ମିଳିବ। ଚଳଚ୍ଚିତ୍ର ସଂପର୍କରେ ନିର୍ମାତା ମେଘନା ଗୁଲ୍‌ଜାର କହନ୍ତି, ‘ଆମେ ଯେଉଁ ସମ୍ବେଦନଶୀଳତା ସଂପର୍କରେ ଏବେ ଜାଣନ୍ତି ବାସ୍ତବିକ ସମ୍ବେଦନଶୀଳତା କିନ୍ତୁ ତା’ଠାରୁ ଭିନ୍ନ। ଏପରିକି ଦେଶାତ୍ମବୋଧ ରେ ଭିନ୍ନତା ରହିଛି। ଏହି ସବୁ ଭିନ୍ନତାକୁ ଆପଣ ଚଳଚ୍ଚିତ୍ର ଦେଖିବା ପରେ ଧରିପାରିବେ।’

ସମ୍ବନ୍ଧିତ ଖବର

Leave A Reply

Your email address will not be published.