ଜନ୍ମଦିନ ବିଶେଷ: ବଲିଉଡ଼୍‍ର ‘ମସ୍ତ-ମସ୍ତ’ ଗର୍ଲ ରବୀନା ଟଣ୍ଡନଙ୍କ ଜୀବନର କିଛି ଅଜ୍ଞାତ ତଥ୍ୟ

ନୂଆଦିଲ୍ଲୀ: ବଲିଉଡ଼୍‍ର ‘ମସ୍ତମସ୍ତ’ ଗର୍ଲ ତଥା ସୁନ୍ଦରୀ ଅଭିନେତ୍ରୀ ରବୀନୀ ଟଣ୍ଡନ ୪୩ ବର୍ଷ ବୟସରେ ପଦାର୍ପଣ କରିଥିବା ବେଳେ ଆଜି ହେଉଛି ତାଙ୍କର ହାପିବାଲା ବାର୍ଥଡ଼େ। ସୂଚନା ମୁତାବକ୍‌ ୧୯୭୪ ମସିହା ଅକ୍ଟୋବର ୨୬ ତାରିଖରେ ଫିଲ୍ମମେକର୍‌ ରବି ଟଣ୍ଡନ ଏବଂ ବୀନା ଟଣ୍ଡନଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ବଲିଉଡ଼ର ଏହି ହସିନା।

ତେବେ ନବେ ଦଶକରେ ବଲିଉଡ଼୍‍ ଜଗତରେ ନିଜର ଅଭିନୟ ଜରିଆରେ ହଇଚଇ ମଚାଇଥିବା ସୁନ୍ଦରୀ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କର ନିଜସ୍ୱ ଅନ୍ଦାଜରେ ମଧ୍ୟ ଦର୍ଶକଙ୍କୁ ଦିଓ୍ଵାନା କରିଦେଇଥିଲେ। ହେଲେ ଆପଣଙ୍କୁ ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି, ବଲିଉଡ଼୍‍ର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଫିଲ୍ମ କ୍ୟାରିୟର୍‌ କିନ୍ତିୁ ଏକ ଫ୍ଲପ୍‌ ଫିଲ୍ମ ‘ପଥର କେ ଫୁଲ୍‌’ ଜରିଆରୁ ଆରମ୍ଭ ହୋଇଥିଲା। ଏଥିସହିତ ରବୀନା ୧୯୯୧ରୁ ୨୦୦୪ ମସିହା ମଧ୍ୟରେ ଫିଲ୍ମ ‘ମୋହ୍‌ରା’(୧୯୯୪), ‘ଦିଲ୍‌ଓ୍ଵାଲେ’(୧୯୯୪), ‘ଲାଡ଼୍‍ଲା’(୧୯୯୪), ‘ଇମ୍‌ତିହା’(୧୯୯୪),‘ଅନ୍ଦାଜ୍‌ ଅପ୍‌ନା ଅପ୍‌ନା’(୧୯୯୪),‘ଖିଲାଡ଼ିୟୋଁ କା ଖିଲାଡ଼ି(୧୯୯୬),‘ଜିଦ୍ଦୀ’(୧୯୯୭),‘ଅକ୍ସ’(୨୦୦୧),‘ଦମନ୍‌’(୨୦୦୧)ଇତ୍ୟାଦି ଭଳି ସୁପର୍‌ହିଟ୍‌ ଫିଲ୍ମରେ କାମ କରିଅଛନ୍ତି। ହେଲେ ୨୦୦୪ମସିହାରେ ହଠାତ୍‌ ବଲିଉଡ଼୍‍ର ଏହି ସେଲିବ୍ରିଟି ଫିଲ୍ମ ଦୁନିଆରୁ ଦୂରେଇ ଯାଇ ‘ ଅନିଲ୍‌ ଥଡ଼ାନୀ ’ଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହାପରେ ରବୀନା ନିଜର ପରିବାର ଏବଂ ପିଲାମାନଙ୍କ ଦାୟିତ୍ୱରେ ନିଜର ସମସ୍ତ ସମୟକୁ ଦେଲେ। ତେବେ ବିବାହ ପରେ ମଧ୍ୟ ସେ ଫିଲ୍ମ ଦୁନିଆରେ ଆକ୍ଟିଭ୍‌ ରହିଥିଲେ, ଯାହାଫଳରେ କି ଏବର୍ଷ ତାଙ୍କ ଅଭିନୀତ ଫିଲ୍ମ ‘ମାତୃ’ର ମଧ୍ୟ ରିଲିଜ୍‌ ହୋଇଛି।

ସମ୍ବନ୍ଧିତ ଖବର