‘ରେସ୍‌-୩’ ଫ୍ଲପ୍‌ ହେବାର ୩ ମାସ ପରେ ମୁହଁ ଖୋଲିଲେ ରେମୋ ଡି’ସୁଜା: ସେଭଳି ଫିଲ୍ମ ଆଉ କେବେ ତିଆରି କରିବି ନାହିଁ ଯେଉଁଥିରେ…

ମୁମ୍ବାଇ : କିଛି ମାସ ତଳେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ରେସ୍‌-୩’ । ଏହି ଫିଲ୍ମରେ ନଜର ଆସିଥିଲେ ଅଭିନେତା ସଲମାନ ଖାନ୍‌,ବିବ ଦେଓଲ,ଅନୀଲ କପୁର,ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିିଜ୍‌, ଡ଼େଜି ଶାହା ଏବଂ ସାକିବ୍‌ ସଲିମ୍‌ । ଫିଲ୍ମଟି ୩୦୦କୋଟି ଆୟ କରିଥିଲେ ମଧ୍ୟ ଏହା ବକ୍ସ ଅଫିସରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମଟି ଦବଙ୍ଗ ଖାନ୍‌ଙ୍କ ପ୍ରଶଂସକମାନଙ୍କୁ ନିରାଶ କରିଥିବା ବେଳେ ଏଭଳି ଫିଲ୍ମ କରିବା ତାଙ୍କର ଭୁଲ ଥିଲା ବୋଲି କହିଥିଲେ । ଫିଲ୍ମ ରିଲିଜ୍‌ ପରେ ଏହା ଦେଶର ସବୁଠାରୁ ଖରାପ ଫିଲ୍ମ ତାଲିକାରେ ସାମିଲ କରାଯାଇଥିଲା । ଫିଲ୍ମର ନିର୍ଦ୍ଦେଶନା କୋରିଓଗ୍ରାଫର ରେମୋ ଡ଼ି’ସୁଜା ଦେଇଥିବା ବେଳେ ଫିଲ୍ମ ରିଲିଜ୍‌ ପରେ ଲୋକମାନେ ସଲମାନ ଏବଂ ରେମୋଙ୍କୁ ଥଟ୍ଟା କରିଥିଲେ ।

India TV

ଏବେ ଫିଲ୍ମ ଫ୍ଲପ୍‌ ହେବାର ୩ ମାସ ପରେ ନିଜର ମୁହଁ ଖୋଲିଛନ୍ତି ରେମୋ । ଫିଲ୍ମ ଫ୍ଲପ୍‌ ହେବା ପରେ ଏହି ଫିଲ୍ମରୁ ସେ ଦୁଇଟି ଜିନିଷ ଶିଖିଥିବା କହିଛନ୍ତି । ସେ କହିଛନ୍ତି, “ପ୍ରଥମ ଜିନିଷଟି ହେଉଛି ଅଧା ଥିବା ସ୍କ୍ରିପ୍ଟ ଉପରେ କେବେ ହେଲେ ଫିଲ୍ମ ତିଆରି କରିବା ଠିକ୍‌ ନୁହେଁ । କ୍ୟାମେରା ରୋଲ କରିବା ପୂର୍ବରୁ ସ୍କ୍ରିପ୍ଟ ଉପରେ ଅଧିକ ପରିଶ୍ରମ କରିବା ଆବଶ୍ୟକ । ଦ୍ୱିତୀୟରେ ଯଦି କ୍ରିଏଟିଭ୍‌ ଟିମ୍‌ରେ ଭେଦଭାବ ସୃଷ୍ଟି ହୁଏ ତେବେ ଚୁପ୍‌ ରହିଯିବା ଦରକାର । ମୁଁ ବହୁତ କ୍ରିଏଟିଭ୍‌ ଏବଂ ଭାବୁକ । ଫିଲ୍ମ କରିଥିବା ବ୍ୟବସାୟରେ ମୁଁ ଖୁସି । କିନ୍ତୁ ଫିଲ୍ମକୁ ଯେଉଁଭଳି ଭାବରେ ଟ୍ରୋଲ କରାଯାଇଥିଲା ଏବଂ ଥଟ୍ଟା କରାଯାଇଥିଲା  ତାହା ମୋ ପାଇଁ ନିରାଶଜନକ ଥିଲା । ମୁଁ ଯେମିତି ଭାବିଥିଲି ସେଭଳି ଭାବରେ ଫିଲ୍ମକୁ ଦେଖାଇ ପାରିଲି ନାହିଁ । ଫିଲ୍ମରେ କାହାଣୀର ଅଭାବ ଥିଲା । କିନ୍ତୁ ଏମିତି ଅନେକ କାହାଣୀ ନଥିବା ଫିଲ୍ମ ହିଟ୍‌ ହୋଇଛି । ଫିଲ୍ମକୁ ନେଇ ସମସ୍ତେ ନିରାଶ ଥିବା ବେଳେ ସଲମାନ ମୋ ପାଖକୁ ଆସି ମୋତେ ଚିନ୍ତା କର ନାହିଁ । ତୁମ ପୂର୍ବ ଫିଲ୍ମଠାରୁ ଏହା ଅଧିକ ଭଲ ବ୍ୟବସାୟ କରୁଛି ବୋଲି କହିଥିଲେ । କିନ୍ତୁ ଲୋକମାନଙ୍କ ଥଟ୍ଟା ମୋତେ ଚିନ୍ତିତ କରିଥିଲା । ଆଗକୁ ମୁଁ ଫିଲ୍ମ କରିବା ପୂର୍ବରୁ ସ୍କ୍ରିପ୍ଟ ଉପରେ ଭଲ ଭାବରେ କାମ କରିବି।”

ସମ୍ବନ୍ଧିତ ଖବର