ଓଡ଼ିଶାରେ ପ୍ରସ୍ତୁତ ରେସ୍‌-୩ ଟ୍ରେଲ୍‌ର ସ୍ପୁଫ୍‌ ଦେଖି ନିଜର ହସ ଅଟକାଇ ପାରିଲେ ନାହିଁ ସଲ୍‌ମାନ୍‌

ମୁମ୍ବାଇ :ନିକଟରେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଆକ୍ସନ୍‌ ଚଳଚ୍ଚିତ୍ର ରେସ୍‌-୩ ଟ୍ରେଲ୍‌ରରିଲିଜ୍‌ ହୋଇଥିବା ବେଳେ ତାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ତେବେ ଏଥି ସହ ରେସ୍‌-୩ର ଆଉ ଗୋଟେ ଟ୍ରେଲ୍‌ର ମଧ୍ୟ ସୋସିଆଲ୍‌ ମିଡ଼ିଆରେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ତାହା ହେଉଛି ଓଡ଼ିଶାର ତାଲଚେର୍‌ର କିଛି ଯୁବପିଢ଼ିଙ୍କ ଦ୍ୱାରା ନର୍ମିତ ରେସ୍‌-୩ଟ୍ରେଲ୍‌ର ସ୍ପୁଫ୍‌।
ଓଡ଼ିଆ ପିଲାଙ୍କ ଏହି ରେସ୍‌-୩ଟ୍ରେଲ୍‌ରସ୍ପୁଫ୍‌ଟି ଅଭିନେତା ସଲ୍‌ମାନଙ୍କ ନଜରରେ ମଧ୍ୟ ଆସିଛି। ସେ ତାହାକୁ ତାଙ୍କର ସୋନି ଟିଭିରେ ପ୍ରସାରିତ ହେବାକୁ ଥିବା ତାଙ୍କର ଆଗାମୀ ରିଆଲିଟି ସୋ ଦଶ୍‌ କା ଦମ୍‌ରେ ଦେଖାଇଥିଲେ । ଏହାକୁ ଦେଖି ଦବଙ୍ଗ ଖାନ୍‌ ସହ ସେଠାରେ ଉପସ୍ଥିତ ଦର୍ଶକ ହସି ହସି ଗଡ଼ି ଯାଇଥିଲେ ।

ସଲ୍‌ମାନ୍‌ ଏହାକୁ ଦେଖାଇବା ପୂର୍ବରୁ ରେସ୍‌ -୩ ର ନୂତନ ଟ୍ରେଲ୍‌ର କହିବା ସହ, ମୁଁ ଏହାକୁ ଆଜି ଗାଡ଼ିରେ ଆସୁଥିବା ସମୟରେ ଦେଖିଲି । ମତେ କିଏ ଜଣେ ଏହାକୁ ପଠାଇଥିଲେ । ମୁଁ ହସି ହସି ଗଡ଼ି ଯାଇଥିଲି ଏଣୁ ଆପଣଙ୍କମାନଙ୍କୁ ମଧ୍ୟ ଏହାକୁ ଦେଖାଇଲି । ଓଡ଼ିଶାର କିଛି ଯୁବପିଢ଼ି ଏହାକୁ ପ୍ରସ୍ତୁତ କରିଛନ୍ତି, ଏହା ବହୁତ ସୁନ୍ଦର ହୋଇଛି ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି !! ବୋଲି କହିଥିଲେ ସଲ୍‌ମାନ୍‌ ।
ଭିଡ଼ିଓଟି ମେ ୨୬ରେ ୟୁଟ୍ୟୁବ୍‌ରେ ଆସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଲେଣି । ଏହାକୁ ଓଏଟିଭି ଚ୍ୟାନେଲରେ ତାଲ୍‌ଚେରର କିଛି ଯୁବପିଢ଼ି ପ୍ରସ୍ତୁତ କରି ସେୟାର କରିଛନ୍ତି । ଭିଡ଼ିଓଟିର ସଫଳତା ପରେ ସଲ୍‌ମାନଙ୍କ ସମ୍ବନ୍ଧୀୟ ଆଉ କିଛି ଭିଡ଼ିଓ ପ୍ରସ୍ତୁତ କରିବା ନେଇ ମନସ୍ଥ କରିଛନ୍ତି ଏହି ଯୁବପିଢ଼ି ।

ସମ୍ବନ୍ଧିତ ଖବର