ହଲିଉଡ୍‌ରେ ପାଦ ରଖିବାକୁ ଯାଉଛନ୍ତି ରାଧିକା ଆପ୍‌ତେ, ଓସ୍କାର ନୋମିନେଟେଡ୍‌ ନିର୍ଦ୍ଦେଶକଙ୍କ ଫିଲ୍ମରେ ଆସିବେ ନଜର

ମୁମ୍ବାଇ : ଅନ୍ଧାଧୁନ ଏବଂ ପ୍ୟାଡ୍‌ମ୍ୟାନ୍‌ ଭଳି ବଲିଉଡ୍‌ ଫିଲ୍ମରେ କାମ କରି ସାରିଥିବା ଅଭିନେତ୍ରୀ ରାଧିକା ଆପ୍‌ତେ ଏବେ ଖୁବ୍‌ ଶୀଘ୍ର ହଲିଉଡ୍‌ରେ ପାଦ ରଖିବାକୁ ଯାଉଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ଆଧାରିତ ଫିଲ୍ମ ଲିବରେଟ୍‌ : ଏ କଲ ଟୁ ସ୍ପାଏରେ ନଜର ଆସିବେ ରାଧିକା । ଏହି ଫିଲ୍ମରେ ରାଧିକା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଥିବା ସ୍ପାଏ ନୋରା ଇନାୟତ ଖାନ୍‌ଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ନୋରା ଇନାୟତ ଖାନ୍‌ଙ୍କ ନାଁକୁ ବଦଳା ଯାଇ ନୋରା ବେକର କରଯାଇଥିବା ଜଣା ପଡ଼ିଛି ।

New Indian Express

ଇନ୍‌ଷ୍ଟାରେ ନୋରା ବେକରଙ୍କ ଫଟୋ ସହ ନିଜର ଫଟୋ ସେୟାର କରି ଏତେ ବଡ଼ ଖବର ଦର୍ଶକଙ୍କୁ ଦେଇଛନ୍ତି ରାଧିକା । ଫଟୋରେ ରାଧିକା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରଚଳିତ ଥିବା ପୋଷାକ ପରିଧାନ କରିଥିବା ଦେଖା ଯାଇଛି । ଇନ୍‌ଷ୍ଟାରେ ସେ ଆଉ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଫିଲ୍ମର ପୂରା କାଷ୍ଟ ଏବଂ କ୍ର୍ୟୁ ମେମ୍ବରଙ୍କ ସହ ନଜର ଆସୁଛନ୍ତି । ଏହି ଫିଲ୍ମ ପରେ ତାଙ୍କୁ ନୂଆ ପରିଚୟ ମିଳିବ ବୋଲି ଆଶା ରଖିଛନ୍ତି ରାଧିକା ।

ସମ୍ବନ୍ଧିତ ଖବର