ରେଡିଓ ଚକଲେଟ ପାଳିଲା ମିଠା ମିଠା କ୍ରିସମାସ୍ 

ଭୁବନେଶ୍ୱର: ବଡ଼ ଦିନ ଅବସରରେ ରେଡିଓ ଚକଲେଟ୍ ସ୍ଥାନୀୟ ଭବାନୀ ମଲ ପରିସରରେ ମିଠା ମିଠା କ୍ରିସ୍ମାସ୍ ପାଳନ କରିଛି । ଡିସେମ୍ବର ୨୪ ତାରିଖ ସନ୍ଧ୍ୟା ୫ରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ, କଳାକାର ବିଶେଷ କରି କୁନି କୁନି ପିଲା ମାନେ ଉପଭୋଗ କରିଥିଲେ । ଓଲିଉଡ଼ର ଗାୟକ ସଂଗ୍ରାମ ମହାନ୍ତି, ପିୟୁଷ, ଗାୟିକା ଜାଗୃତି ମିଶ୍ର, ଶ୍ୱେତା ମିଶ୍ର ବିଭିନ୍ନ ଲୋକପ୍ରିୟ ଓଡ଼ିଆ ଓ ହିନ୍ଦି ଗୀତ ଗାଇ ଦର୍ଶକଙ୍କ ମନୋରଂଜନ କରିଥିଲେ । ରଙ୍ଗବତୀ ଗୀତ ଦର୍ଶକଙ୍କ ଚାହିଦାରେ ଦୁଇଥର ପରିବେଷିତ ହୋଇଥିଲା । ଅଭିନେତ୍ରୀ ତଥା ହାସ୍ୟ କଳାକାର ଚାନ୍ଦିନୀଙ୍କ ଦକ୍ଷିଣୀ ଛୁଙ୍କ ଚମତ୍କାର ଥିଲା । ଆରଜେ ମାନେ ଗେମ୍ ଶୋ କରି ଦର୍ଶକ ମାନଙ୍କର ଭରପୁର ମନୋରଂଜନ କରିଥିଲେ।

ଦର୍ଶକମାନଙ୍କ ମଧ୍ୟରୁ କିଛି କୁନି ପିଲା ମଂଚରେ ନୃତ୍ୟ ପରିବେଷଣ କରିଥିଲେ । ନାଚୁରାଲସ ତରଫରୁ ଆୟୋଜିତ ବିନ୍ଦି ପିନ୍ଧା ପ୍ରତିଯୋଗିତା ଉପଭୋଗ୍ୟ ଥିଲା । ଭବାନୀ ମଲର ପରିସରରେ ଏ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା । ‘ଜୁଗାଡ଼ ଜଂକସନ’ର ଅନୁପ ବଜାଜ ଓ ‘ଏନ ପାୱାର’ର ଶୈାନକ ଦାସ ଚକଲେଟ ସାଂଟାଙ୍କ ସହ ମଂଚ ଉପରେ ଉପସ୍ଥିତ ରହି ଉପହାର ପ୍ରଦାନ କରିଥିଲେ । ରେଡିଓ ଚକଲେଟ୍ର ସାଉଣ୍ଡ ଇଂଜିନିୟର ସତ୍ୟବ୍ରତ ସାଂଟା ରୂପରେ ଦର୍ଶକମାନଙ୍କୁ ଉପହାର ଓ କୁନୀ ପିଲାଙ୍କୁ ଚକଲେଟ ବାଣ୍ଟି ସମସ୍ତଙ୍କ ମନ କିଣି ଥିଲେ । ଚକଲେଟ ସାଂଟାଙ୍କ ସହ ସେଲଫି ନେବା ଓ ହାତ ମିଶେଇବା ପାଇଁ ପ୍ରବଳ ଭିଡ଼ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ଆରଜେ ଅନିଲ ଓ କୋମଲ ଉପସ୍ଥାପନା କରିଥିଲେ । ଗେମ୍ ଶୋ ଦାୟିତ୍ୱରେ ଆରଜେ ନଦିମ ଓ ଅବକାଶ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଆରଜେ ନିଲ୍, ଆରଜେ ନିଭି, ଗୁରୁ ଶତପଥୀ, ଲକ୍ଷ୍ମୀଧର, ହାଡ଼ୁକିଶୋର, ଶ୍ରୀକାନ୍ତ, ମାନସ, ସୁବ୍ରତ, ପବିତ୍ର, ରଶ୍ମୀ, ପ୍ରଶାନ୍ତ, ବିରଜା, ସୁମନ୍ତ, ବିମଲ, ପିଂଟୁ, ତାପସ, ମଧୁ ପ୍ରମୁଖ ସହାୟତା କରିଥିଲେ । ଏନ ପାୱାର ମିଠା ମିଠା କ୍ରିସମାସ୍  କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ଥିଲାବେଳେ, ପ୍ରାୟୋଜକ ଥିଲେ ଅମ୍ବୃତ । ସହ ପ୍ରାୟୋଜକମାନେ ଥିଲେ ଶୈାକୀନ ମ୍ୟାଟ୍ରେସ, ଜୁଗାଡ଼ ଜଂକସନ, ଟାଟା ମୋଟର୍ସ, ମଞ୍ଜିନିସ୍ । ନାଚୁରାଲ୍ସ ବିଉଟି ପାର୍ଟନର ଥିଲେ ।

ସମ୍ବନ୍ଧିତ ଖବର