ରିଲିଜ ହେଲା ରେଡ଼ିଓ ଚକ୍‌ଲେଟ୍‌ର ନୂଆ ରୋମାଣ୍ଟିକ୍‌ ଗୀତ

ରେଡ଼ିଓ ଚକ୍‌ଲେଟ୍‌ରେ ଆଉ ଏକ ହୃଦୟକୁ ଛୁଇଁଲା ଭଳି ରୋମାଣ୍ଟିକ୍‌ ଗୀତ ‘ତୁ ହି ତୁ’ରିଲିଜ୍‌ ହୋଇଛି। ଏହି ଗୀତକୁ ସ୍ୱରରେ ସଜାଇବା ସହ ଏଥିରେ କଣ୍ଠଦାନ କରିଛନ୍ତି ବିଶ୍ୱସ୍ୱରୂପ। ଦ୍ୱୈତକଣ୍ଠରେ ଥିବା ଏହି ଗୀତରେ ବିଶ୍ୱସ୍ୱରୂପଙ୍କ ସହ ଅଛନ୍ତି ଗାୟିକା ଯଶସ୍ୱୀନି। ଗୀତିକାର ବାପୁ ଗୋସ୍ୱାମୀଙ୍କ ରଚିତ ଏହି ଗୀତ ସଂଗ୍ରାମ ମିଶ୍ରଙ୍କ ତତ୍ୱାବଧାନରେ ଏସଏସଏସ୍‌ ପ୍ରଡକସନ୍‌ ରେ ପୋଷ୍ଟ ପ୍ରଡ଼କ୍‌ସନ୍‌ ହୋଇଛି।

ବୁଧବାର ଦିନ ‘ତୁ ହି ତୁ’ଗୀତଟି ଉଭୟ ରେଡ଼ିଓ ଓ ସୋସିଆଲ୍‌ ମିଡ଼ିଆରେ ରିଲିଜ୍‌ ହୋଇ ବହୁ ଶ୍ରୋତାଙ୍କ ହୃଦୟକୁ ଛୁଇଁ ପାରିଛି। ଦର୍ଶକମାନେ ଗୀତଟିର ଷ୍ଟୁଡ଼ିଓ ଭର୍ସନ ରେଡ଼ିଓ ଚକ୍‌ଲେଟ୍‌ର ଅଫିସିଆଲ୍‌ ୟୁଟ୍ୟୁବ୍‌ ପେଜ୍‌ରେ ଦେଖିପାରିବେ।

ସମ୍ବନ୍ଧିତ ଖବର