ରେଡ଼ିଓ ଚକଲେଟ୍‌ ଆଣିଲା ଆଉ ଏକ ମନଛୁଆଁ ଗୀତ ‘ଜିଇଁବାଟା କେଡ଼େ ମୁସ୍‌କିଲ…’

ଭୁବନେଶ୍ୱର : ପ୍ରତି ସପ୍ତାହରେ ନୂଆ ନୂଆ ମନଛୁଆଁ ଗୀତ ଶ୍ରୋତାଙ୍କୁ ଉପହାର ଦେଇଚାଲିଛି ରେଡିଓ ଚକଲେଟ୍‌। ଏହି ଗୀତର ସୁମଧୁର ଧୂନରେ ଝୁମୁଛନ୍ତି ଶ୍ରୋତା। ନୂଆ ଧାରାର, ନୂଆ ଶୈଳୀର ଓଡ଼ିଆ ଗୀତ ପ୍ରସ୍ତୁତ ହୋଇ ନୂଆ ପିଢ଼ିର ମନଜିଣୁଛି। ଏହି ଧାରାରେ ଏବେ ପୁଣି ଥରେ ଶ୍ରୋତାମାନଙ୍କ ମନୋରଞ୍ଜନ ପାଇଁ ରେଡ଼ିଓ ଚକଲେଟ୍‌ ନେଇ ଆସିଛି ଏକ ମେଲୋଡ଼ିଅସ୍‌ ଗୀତ ‘ଜିଇଁବାଟା କେଡ଼େ ମୁସ୍‌କିଲ…।’

ଅନନ୍ୟା ଶ୍ରୀତମ ନନ୍ଦ ଏବଂ ବିଷ୍ଣୁ ମୋହନ କବିଙ୍କ କଣ୍ଠରେ ଥିବା ଏହି ଗୀତ ଖୁବ୍‌ ସୁମଧୁର ହୋଇଛି । ଗୀତଟି ସଂଗ୍ରାମ ମିଶ୍ର (ଆରଜେ ସଂଗ୍ରାମ) ଲେଖିଥିବା ବେଳେ ସ୍ୱରସଂଯୋଜନା କରିଛନ୍ତି ସୌମିତ୍ରୀ ପଲାଇ । ‘ଜିଇଁବାଟା କେଡ଼େ ମୁସ୍‌କିଲ…’ର ଶବ୍ଦଗ୍ରହଣ ସାଉଣ୍ଡ ଇଞ୍ଜିନିୟର ସ୍ମ୍ରୁତି ରଞ୍ଜନ କରିଥିବା ବେଳେ ଏଡ଼ିଟ କରିଛନ୍ତି ରାଜେନ୍ଦ୍ର ମହନ୍ତ। ପୋଷ୍ଟର ଡ଼ିଜାଇନ୍‌ ଦାୟିତ୍ୱ ହାଡ଼ୁ କିଶୋର ତୁଲାଇଥିବା ବେଳେ କ୍ରିଏଟିଭ୍‌ ସୁପରଭିଜନ କରିଛନ୍ତି ସଂଗ୍ରାମ ମିଶ୍ର ।

ସମ୍ବନ୍ଧିତ ଖବର