ରିଲିଜ୍‌ ହେଲା ରେଡିଓ ଚକ୍‌ଲେଟ୍‌ର ନୂଆ ରୋମାଣ୍ଟିକ୍‌ ଗୀତ ’ପ୍ରେମ ଖେଳନା’

ଭୁବନେଶ୍ୱର : ଓଡ଼଼ିଶାର ଲୋକପ୍ରିୟ ଏଫ୍‌ଏମ୍‌ ଷ୍ଟେସନ ରେଡିଓ ଚକ୍‌ଲେଟ୍‌ରେ ରିଲିଜ ହୋଇଯାଇଛି ନୂଆ ରୋମାଣ୍ଟିକ୍‌ ଗୀତ ‘ପ୍ରେମ ଖେଳନା’ । ଏହି ମନଛୁଆଁ ଗୀତକୁ ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଗାଇଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କାର୍ତ୍ତିକ କୁମାର। ଏହାର ଗୀତ ରଚନା ଗୁରୁ ଶତପଥୀ କରିଥିବା ବେଳେ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ ବେହେରା ।

 ମିଲନ୍‌ ଷ୍ଟୁଡିଓ ଏବଂ ଏମ୍‌ଆର୍‌ଆର୍‌ ଷ୍ଟୁଡିଓରେ ଏହାର ରେକଡିଂ ଏବଂ ମିକ୍ସିଙ୍ଗ ହୋଇଛି। ଶ୍ରୋତାମାନେ ଗୀତଟି ରେଡିଓ ଚକ୍‌ଲେଟ୍‌ରେ ଶୁଣିବା ସହିତ, ଷ୍ଟୁଡିଓ ଭର୍ସନ ରେଡିଓ ଚକ୍‌ଲେଟ୍‌ର ୟୁଟ୍ୟୁବ ପେଜ୍‌ରେ ଦେଖିପାରିବେ। ଏହା ସହ ରେଡିଓ ଚକ୍‌ଲେଟ୍‌ର ଆପ୍‌ରେ ମଧ୍ୟ ଗୀତଟି ଶୁଣିପାରିବେ। ରେଡିଓ ଚକ୍‌ଲେଟ୍‌ର ଆପ୍‌କୁ ଶ୍ରୋତାମାନେ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ କରି ପାରିବେ।

ସମ୍ବନ୍ଧିତ ଖବର