ଶ୍ରୋତାଙ୍କ ମନ ଜିଣିଲା ରେଡ଼ିଓ ଚକଲେଟ୍‌ର ନୂଆ ଗୀତ ‘ଭୂତ ହୋଇ ଗୋଡ଼େଇବି’

ଭୁବନେଶ୍ୱର : ମଦର୍ସ ଡ଼େ ଅବସରରେ ‘ବୋଉଲୋ..’ ଗୀତ ରିଲିଜ କରି ସଫଳତା ପାଇବା ପରେ ଏବେ ପୁଣି ଏକ ନୂଆ ଗୀତ ଭେଟି ଦେଇଛି ରେଡ଼ିଓ ଚକଲେଟ୍‌ । ସବୁବେଳେ ଭିନ୍ନ ଧରଣର ଗୀତକୁ ଶ୍ରୋତାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ରେଡ଼ିଓ ଚକଲେଟ୍‌ ଏବେ ତାହାର ନୂଆ ଗୀତ ପାଇଁ ଚର୍ଚ୍ଚାର ପରିସରକୁ ଆସିଛି । ଗୀତଟିର ଶୀର୍ଷକ ରହିଛି ‘ଭୂତ ହୋଇ ଗୋଡ଼େଇବି..’ ।

ଏହି ଗୀତଟିକୁ ଗୁରୁବାର ରିଲିଜ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୪,୦୦୦ରୁ ଊର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି । ଗୀତଟିକୁ ଗାଇଛନ୍ତି ରୋଜାଲିନ ଏବଂ ତାରିକ୍‌ ଅଜିଜ୍‌ । ‘ଭୂତ ହୋଇ ଗୋଡ଼େଇବି..’ ଗୀତକୁ ସାସ୍‌ମଲ ମାନସ ଲେଖିଥିବା ବେଳେ ସ୍ୱରରେ ସଜାଇଛନ୍ତି ସୌମିତ୍ରୀ ପଲାଇ । ସାଉଣ୍ଡ ଇଞ୍ଚିନୟର ଭାବେ ସ୍ମୃତିରଞ୍ଜନ କାମ କରିଥିବା ବେଳେ ଏହାର ଏଡ଼ିଟର ଅଛନ୍ତି ରଜେନ୍ଦ୍ର ମହନ୍ତ । ଏମାନଙ୍କ ବ୍ୟତୀତ ପୋଷ୍ଟର ଡ଼ିଜାଇନ୍‌ କରିଛନ୍ତି ହାଡ଼ୁ କିଶୋର। ‘ଭୂତ ହୋଇ ଗୋଡ଼େଇବି..’ର କ୍ରିଏଟିଭ୍‌ ସୁପରଭିଜନର ଦାୟିତ୍ୱ ତୁଲାଇଛନ୍ତି ସଂଗ୍ରାମ ମିଶ୍ର ଏବଂ ପ୍ରୋଗ୍ରାମିଙ୍ଗରେ ଅଛନ୍ତି ଜଗନ୍ନାଥ ।

ସମ୍ବନ୍ଧିତ ଖବର