ବଲିଉଡକୁ ଫେରିଲେ ଆଶିକୀ ଫେମ୍ ନାୟକ ରାହୁଲ ରାୟ!

ମୁମ୍ବାଇ: ୧୯୯୦ରେ ରିଲିଜ୍‌ ହୋଇଥିବା ରୋମାଣ୍ଟିକ ମ୍ୟୁଜିକାଲ ହିଟ୍‌ ସିନେମା ‘ଆଶିକୀ’କୁ କେହି ଭୁଲିପାରିନାହାନ୍ତି। ଏଥିରେ ନଦୀମ-ଶ୍ରବଣଙ୍କ ସ୍ୱରାରୋପିତ ପ୍ରତିଟି ଗୀତ ଆଜି ବି ଶ୍ରୋତାଙ୍କୁ  ମନ୍ତ୍ରମୁଗ୍ଧ  କରେ। ଏହି ସିନେମାର ନାୟକ ରାହୁଲ ରାୟଙ୍କୁ ଆଜି ବି ଖୋଜୁଛନ୍ତି ଦର୍ଶକ।

ରାହୁଲ ରାୟ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ‘ଆଶିକୀ’ରେ ଡେବ୍ୟୁ କରି ଲୋକପ୍ରିୟତା ହାସଲ କରିଥିଲେ। ଏହାପରେ ସେ ଅଳ୍ପ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରିବା ପରେ ବଲିଉଡରୁ ଦୂରେଇ ଯାଇଥିଲେ। ଅବଶ୍ୟ ସେ ଟେଲିଭିଜନର ରିଆଲିଟି ସୋ’ ‘ବିଗ୍‌ ବସ୍‌’ରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ  କରିଥିଲେ।

photop-navbharattimes

ରାହୁଲ ଏବେ ବଲିଉଡକୁ ଫେରୁଥିବାର ଖବର ମିଳିଛି। ସେ ନିର୍ଦ୍ଦେଶକ କନୁ ବହଲଙ୍କ ଫିଲ୍ମ ‘ଆଗ୍ରା’ ଜରିଆରେ କମ୍‌ବ୍ୟାକ୍‌ କରୁଥିବା ଜଣାଯାଇଛି। ବଲିଉଡର ଟ୍ରେଡ୍‌ ବିଶେଷଜ୍ଞ ତରଣ ଆଦର୍ଶ ‘ଆଗ୍ରା’ ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ ଫିଲ୍ମର ସୁଟିଂ ସେଟ୍‌ର ଏକ ଫଟୋ ବି ସେଆର୍‌ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ନିର୍ଦ୍ଦେଶକ ବହଲ ଏହା ପୂର୍ବରୁ ‘ତିତଲି’ଟାଇଟଲରେ ଏକ ଫିଲ୍ମ ତିଆରି କରି ପ୍ରଶଂସିତ ହୋଇଥିଲେ।

 

 

 

ସମ୍ବନ୍ଧିତ ଖବର