ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ନ ପାଇ ନିରାଶ ହେଲେ ଦର୍ଶକ !

ଭୁବନେଶ୍ୱର: ଏଥର ରଜ ବଜାରରେ ଓଡିଆ ସିନେପ୍ରେମୀ କେତେକ କଳାକାରଙ୍କୁ ପରଦାରେ ଦେଖିବାକୁ ପାଇ ନାହାନ୍ତି। ଠିକ୍‌ ସେହିପରି କେତେକ ଲୋକ୍ରପିୟ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇନାହାନ୍ତି। ଏମାନଙ୍କ ଭିତରେ ପ୍ରଥମେ ନଜର ଆସନ୍ତି
ଓଲିଉଡର ଲୋକପ୍ରିୟ ଯୋଡ଼ି ଅନୁଭବ – ବର୍ଷା ପ୍ରିୟଦର୍ଶିନୀ। ଏ ହି ଯୋଡିଙ୍କୁ ଦର୍ଶକ ରଜ ବଜାରରେ ଶେଷ ଥର ପାଇଁ ଦେଖିିଥିଲେ ‘ଗପ ହେଲେ ବି ସତ’ରେ । ଏହାପରେ ଗତ ଦୁଇ ବର୍ଷ ଭଳି ଏଥର ରଜ ବଜାରରେ ବି ଦର୍ଶକ ପରଦାରେ ପାଇ ନାହାନ୍ତ ଓଲିଉଡର ଲୋକପ୍ରିୟ ଯୋଡ଼ି ଅନୁଭବ-ବର୍ଷା ପ୍ରିୟଦର୍ଶିନୀଙ୍କୁ।


ଠିକ୍‌ ସେହିପରି ଓଲିଉଡର ଅନ୍ୟତମ ଲୋକପ୍ରିୟ ଯୋଡି ସବ୍ୟସାଚୀ -ଅର୍ଚ୍ଚିତା ଯୋଡି ଦେଖା ଦେଇ ନାହାନ୍ତିି ଏଥର ରଜ ସିନେମାରେ। ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଯୋଡ଼ିଙ୍କର ଶେଷ ରଜ ସିନେମା ଥିଲା ‘ମୁଁ ଏକା ତୁମର’।

ଠିକ୍‌ ସେହିପରି ଆଖିରେ ଆଖିରେ,ଲେଖୁ ଲେଖୁ ଲେଖି ଦେଲି,ସୁପର ମିଛୁଆ ଓ ଜବରଦସ୍ତ ପ୍ରେମିକ ଭଳି ହିଟ୍‌ ଫିଲ୍ମର ସୁପରହିଟ୍‌ ଯୋଡ଼ି ବାବୁସାନ୍‌-ଝିଲିକ ଯୋଡିକୁ ୨୦୧୮ର ରଜ ସିନେମାରେ ଦେଖିବାକୁ ମିଳି ନାହିଁ। ରଜ ବଜାରରେ ଶେଷ ଥର ପାଇଁ ସୁପର ମିଛୁଆରେ ନଜର ଆସିଥିଲେ ଏହି ଯୋଡି ଯାହା ୨୦୧୫ରେ ରିଲିଜ୍‌ ହୋଇଥିଲା।

ସମ୍ବନ୍ଧିତ ଖବର