ଜାଣନ୍ତୁ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଫିଟ୍‌ ରହିବାର ୪ଟି ମନ୍ତ୍ର

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ୬୮ବର୍ଷରେ ପାଦ ଦେଇ ସାରିଥିଲେ ମଧ୍ୟ ଏବେ ବି ତାଙ୍କ ଷ୍ଟାଇଲ ଏବଂ ଅନ୍ଦାଜ ପାଇଁ ଲୋକ ତାଙ୍କର ଫ୍ୟାନ ବନି ରହିଛନ୍ତି । ଏ ବୟସରେ ମଧ୍ୟ ସେ ‘୨.୦’ଭଳି ଫିଲ୍ମରେ ଅଭିନୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି । ତେବେ ୬୮ବର୍ଷ ବୟସରେ ଶରୀରରେ ଏତେ ଫୁର୍ତ୍ତି ରହିବା କଷ୍ଟ । ନିଜକୁ ଶକ୍ତ, ଶାନ୍ତ ରଖିବା ସହ ଅବସାଦରୁ ଦୂରରେ ରଖିବା ପାଇଁ ରଜନୀକାନ୍ତ ଏହି ୪ଟି କାମ କରିଥାନ୍ତି ।

୧. ପ୍ରତିଦିନ ସକାଳ ୫ଟାରେ ଉଠିବା ପରେ ସେ ଯୋଗ ଏବଂ ଧ୍ୟାନ୍‌ କରିଥାନ୍ତି। ଯୋଗାସନ କରି ଶରୀରକୁ ଫିଟ୍‌ ରଖିବା ସହ ଧ୍ୟାନ କରି ମସ୍ତିଷ୍କକୁ ଶାନ୍ତ ରଖିଥାନ୍ତି।

ayupp.com

୨. ଏ ବୟସରେ ନିଜ ଶରୀରକୁ ଫିଟ୍‌ ରଖିବା ପାଇଁ ଭାତ, ଦହି, କ୍ଷୀର ଏବଂ ଘିଅ ଖାଆନ୍ତି ନାହିଁ । ଗୋଟେ ସମୟରେ ସେ ଏ ସବୁ ଖାଦ୍ୟ ଖାଇବା ପାଇଁ ଖୁବ୍‌ ପସନ୍ଦ କରୁଥିବା ବେଳେ ଏବେ ସେ ସବୁ ଜିନିଷ ଆଡ଼କୁ ଦେଖୁ ବି ନାହାନ୍ତି ।
୩. ୪୦ବର୍ଷ ପର୍ଯ୍ୟନ୍ତ ସେ ମାଂସାହାରୀ ଥିଲେ । ଚିକେନ୍‌, ମଟନ୍‌ ଖାଇବା ପାଇଁ ସେ ଖୁବ୍‌ ପସନ୍ଦ କରୁଥିଲେ । ଏବେ ସେ ସବୁ ଜିନିଷ ଖାଉଥିଲେ ବି କମ ତେଲରେ ତିଆରି ହେବା ପରେ ହିଁ ଖାଉଥିବା ଜଣାପଡ଼ିଛି ।
୪.ପୂର୍ବରୁ ସେ ସିଗାରେଟ୍‌ ପିଇବା ଆରମ୍ଭ କରିଥିବା ବେଳେ ୨୦୧୨ରେ ସିଗାରେଟ୍‌ ଛାଡ଼ିଥିବା କଥା କହିଥିଲେ । ଯାହା ପାଇଁ ଆଜି ସେ ଫିଟ୍‌ ରହିଛନ୍ତି ।

ସମ୍ବନ୍ଧିତ ଖବର