କାହିଁକି ରାଜେଶ ଖାନ୍ନାଙ୍କଠୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ ଡିଂପଲ୍‌ କାପାଡ଼ିଆ?

ରାଜେଶ ଖାନ୍ନାଙ୍କ ବାର୍ଥ ଡେ ଆଜି

ଆଜି ହେଉଛି ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ବାର୍ଥ ଡେ । ସେ ୧୯୪୨ ମସିହା ଡିସେମ୍ବର ୨୯ ତାରିଖରେ ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ଆଜି ଆସନ୍ତୁ ରାଜେଶ ଖାନ୍ନାଙ୍କର କିଛି ବ୍ୟକ୍ତିଗତ ପ୍ରସଙ୍ଗ ମନେ ପକାଇବା ।

ଷାଠିଏ ଦଶକରେ ଯତୀନ୍‌ ଖାନ୍ନା ଓରଫ୍‌ ରାଜେଶ ଖାନ୍ନା ଯେତେବେଳେ ଆକ୍ଟର୍‌ ହେବା ପାଇଁ ଷ୍ଟ୍ରଗଲ୍‌ କରୁଥିଲେ, ସେତେବେଳେ ତାଙ୍କର ପରିଚୟ ହୁଏ ଫ୍ୟାଶନ୍‌ ଡିଜାଇନର  ଅଂଜୁ ମହେନ୍ଦ୍ରୁଙ୍କ ସହ । ଏହି ପରିଚୟ ସମୟ କ୍ରମେ ପ୍ରେମର ରୂପ ନେଲା ଏବଂ ସେ ଦୁହେଁ ପ୍ରାୟ ସାତ ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ ରେ ରହିଥିଲେ । ଷାଠିଏ ଦଶକର ଶେଷ ଭାଗରେ ରାଜେଶ ‘ ଷ୍ଟାର୍‌’ ଷ୍ଟାଟସ୍‌ ପାଇଯିବା ପରେ ଅଂଜୁଙ୍କ ପ୍ରତି ତାଙ୍କର ମନୋଭାବ ବଦଳିଗଲା । ପରିଣାମସ୍ୱରୂପ ସେ ଦୁହିଁଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା ।  ଏହି ସମୟରେ ‘ ଷ୍ଟାର୍‌ ଆଣ୍ଡ ଷ୍ଟାଇଲ୍‌’ ମାଗାଜିନ୍‌ରେ ଜଣେ ସାମ୍ବାଦିକା ରାଜେଶ ଖାନ୍ନା ଙ୍କୁ ‘ ସୁପରଷ୍ଟାର’ ଟ୍ୟାଗ୍‌ ଦେଇ କ୍ରମାଗତ ଭାବେ ତାଙ୍କ ବିଷୟରେ ଲେଖିଲେ । ଏହି ସାମ୍ବାଦିକାଙ୍କ ନାଆଁ ଥିଲା ଦେବୟାନୀ ଗୈବଲ୍‌ । ଘଟଣାକ୍ରମେ ରାଜେଶ ଦେବ୍‌ୟାନୀ ଙ୍କ ପ୍ରତି ଆକର୍ଷିତ ହେଲେ ଏବଂ ତାଙ୍କ ସହିତ ସତୁରି ଦଶକର ଆରମ୍ଭରୁ ୧୯୭୬ ଯାଏଁ ପ୍ରେମ ସଂପର୍କ ରଖିଥିଲେ ,କିନ୍ତୁ ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇ ପାରିନଥିଲେ ।

photo–filmibeat.com

ଏହାପରେ ରାଜେଶ ଖାନ୍ନା ଙ୍କ ନଜର ପଡ଼ିଥିଲା ସୋମ୍ୟାନ୍‌ ରାଜ କପୁରଙ୍କ ଆବିଷ୍କାର ଡିଂପଲ୍‌ କାପାଡ଼ିଆଙ୍କ ଉପରେ । ରାଜେଶ୍‌ ଙ୍କର ରାଜ କପୁରଙ୍କ ନୂଆ ନାୟିକା ମାନଙ୍କ ପ୍ରତି ସ୍ୱତନ୍ତ୍ର ଆକର୍ଷଣ ରହିଆସିଥିଲା । ଡିଂପଲ୍‌ ଓ ରାଜେଶଙ୍କର ପ୍ରଥମ ସାକ୍ଷାତ ଏକ ଫିଲ୍ମ ପାର୍ଟିରେ ହୋଇଥିଲା । ସେହି ସମୟରେ ରାଜେଶ ଖାନ୍ନା ସୁପରଷ୍ଟାର୍‌ ଓ ଡିଂପଲ୍‌ ଜଣେ ନ୍ୟୁକମର୍‌ । ପୁଣି ଷୋହଳ ବର୍ଷର ଯୁବତୀ । ରାଜେଶ ଡିଂପଲ୍‌ଙ୍କୁ ଯେଉଁଭଳି ବ୍ୟବହାର ଦେଖାଇଥିଲେ ସେଥିରେ ଡିମ୍ପଲଙ୍କ ମନରେ ସୁପରଷ୍ଟାରଙ୍କ ପ୍ରତି ଆକର୍ଷଣ ଜାଗ୍ରତ ହେବା ସ୍ୱାଭାବିକ୍‌ ଥିଲା । ଅବଶ୍ୟ ସେତେବେଳେ ଋଷି କପୁର ଙ୍କ ସହିତ ଡିମ୍ପଲ ଙ୍କର ରୋମାନ୍ସ ଚାଲିଥିବା ର ଚର୍ଚ୍ଚା ଜୋର ଧରିଥିଲା ବଲିଉଡ୍‌ରେ । ଡିମ୍ପଲ କିନ୍ତୁ ରାଜେଶ ଖାନ୍ନାଙ୍କ ପ୍ରତି ମାତ୍ରାଧିକ ଆକୃଷ୍ଟ ହୋଇଉଠି ତାଙ୍କୁ ବିବାହ କରିବା ପାଇଁ ଆଗେଇ ଆସିଥିଲେ ।

୧୯୭୩ ମସିହା ମାର୍ଚ୍ଚ ମାସରେ ଡିମ୍ପଲଙ୍କ ପିତା ଚୁନ୍ନି ଭାଇ ବାଗାଡିଆଙ୍କ ଜୁହୁ ସ୍ଥିତ ବଙ୍ଗଳାରେ ଧୂମ୍‌ଧାମ୍‌ରେ ଏହି ବହୁଚର୍ଚ୍ଚିତ ବାହାଘର ଅନୁଷ୍ଠିତ ହୋଇଥିଲା । ରାଜେଶ ବାହାଘରର ରିସେପ୍‌ସନ ପାର୍ଟି ହୋରିଜନ ହୋଟେଲ୍‌ରେ ଦେଇଥିଲେ । ରାଜେଶ ଖାନ୍ନା ବାହାଘର ପରେ ପରେ ହନିମୁନ୍‌ର ପ୍ଲାନିଂ କରିଥିଲେ, ମାତ୍ର ସୋ’ମ୍ୟାନ୍‌ ରାଜ କପୁର୍‌ଙ୍କ ଅନୁରୋଧରେ ସେ ଏହାକୁ ବାତିଲ୍‌ କରିଥିଲେ । ବାହାଘର ପରେ ଡିମ୍ପଲ ନିଜ ଅଭିନୀତ ପ୍ରଥମ ସିନେମା ‘ବବି’ କୁ କଂପ୍ଲିଟ୍‌ କରିବା ଲାଗି ପ୍ରାୟ ତିନି ମାସ ସମୟ ଦେଇଥିଲେ । ୧୯୭୩ ମସିହା ନଭେମ୍ବର ମାସରେ ‘ ବବି’ ରିଲିଜ୍‌ ହେଲା ଓ ତାହା ବ୍ଲକ୍‌ବଷ୍ଟର ଫିଲ୍ମର ମାନ୍ୟତା ପାଇଲା ।

photo-bollywoodlife.com

ରାଜେଶ ଓ ଡିମ୍ପଲଙ୍କ ବୈବାହିକ ଜୀବନ ସୁଖମୟ ହୋଇପାରିଲାନି । । ନିଜର କ୍ୟାରିଅରର ଅସଫଳତାକୁ ବରଦାସ୍ତ କରି ନ ପାରି ରାଜେଶ ପ୍ରଚୁର ମଦ୍ୟପାନ କରିବାରେ ଲାଗିଲେ । ତା’ଭିତରେ ରାଜେଶ ଓ ଡିମ୍ପଲ ଙ୍କ ଔରସରୁ ଟ୍ଵିଙ୍କଲ୍‌ ଓ ରିଙ୍କି ଜନ୍ମ ହୋଇ ସାରିଥାଆନ୍ତି । ଡିମ୍ପଲ୍‌ ବିବାହ ପରେ ବି ଆକ୍ଟିଂ କରିବାକୁ ଚାହୁଁଥିଲେ, ମାତ୍ର ସ୍ୱାମୀଙ୍କ ବାରଣ ଯୋଗୁଁ ସେଥିରୁ ନିବୃତ୍ତ ରହୁଥିଲେ । ଅବଶେଷରେ ଡିମ୍ପଲ ୧୯୮୪ରେ ଅଲଗା ରହିବା ଲାଗି ନିଷ୍ପତ୍ତି ନେଇ ସ୍ୱାମୀଙ୍କ ଘର ଛାଡ଼ି ଚାଲିଆସିଥିଲେ ।

ସମ୍ବନ୍ଧିତ ଖବର