ମୁମ୍ବାଇ: ମ୍ୟାନ ଭର୍ସେସ ୱାଇଲ୍ଡ ସୋ’ରେ ସୁପରଷ୍ଟାର ରଜନୀକାନ୍ତ । ପୂର୍ବରୁ ଏହି ସୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ସୋ’ର ଆଗାମୀ ଏପିସୋଡରେ ହୋଷ୍ଟ୍ ବେୟର୍ ଗ୍ରିଲ୍ସଙ୍କ ସହ ନଜର ଆସିବେ ଟଲିଉଡ୍ ସୁପରଷ୍ଟାର୍ ରଜନୀକାନ୍ତ । ଗତକାଲି ରଜନୀକାନ୍ତ ଆହତ ହୋଇଥିବାରୁ ସୁଟିଂ ବନ୍ଦଥିଲା। ଆଜି ଏହାର ସୁଟିଂ କର୍ଣ୍ଣାଟକର ବାନ୍ଦିପୁର ଟାଇଗର ରିଜର୍ଭରେ କରାଯାଉଛି । ସୁଟିଂର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ୨୮ ଜାନୁଆରିରେ ଏହି ଏପିସୋଡର ସୁଟିଙ୍ଗ ଆରମ୍ଭ ହୋଇଛି । ଫଟୋରେ ରଜନୀକାନ୍ତ ବ୍ଲାକ୍ ଜ୍ୟାକେଟ ଏବଂ ବ୍ଲାକ୍ କ୍ୟାପରେ ଦେଖିବାକୁ ମିଳିଛନ୍ତି।
British adventurer Bear Grylls with actor Rajinikanth after shooting an episode of 'Man vs Wild' at Bandipur forest in Karnataka, yesterday. pic.twitter.com/fpBBamxxVG
— ANI (@ANI) January 29, 2020
ଏହି ଫଟୋଟି ଭାଇରାଲ ହେବା ପରେ ମ୍ୟାନ ଭର୍ସେସ ୱାଇଲ୍ଡ ସୋ’ରେ ରଜନୀକାନ୍ତଙ୍କୁ ଦେଖିବାକୁ ଦର୍ଶକ ମଧ୍ୟ ବହୁତ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ସୁପରଷ୍ଟାର ରଜନୀକାନ୍ତ ଭାରତର ଜଣେ ସଫଳ ଅଭିନେତା । ସେ ତେଲଗୁ , ମରାଠୀ, କନ୍ନଡ ଓ ହିନ୍ଦୀ ଆଦି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ନିକଟରେ ତାଙ୍କ ଅଭିନୀତ ଏକ ଫିଲ୍ମ ‘ଦରବାର’ ରିଲିଜ ହୋଇଛି । ଯାହା ବକ୍ସ ଅଫିସରେ ମଧ୍ୟ ଖୁବ୍ ଭଲ ପ୍ରଦର୍ଶନ କରିଛି । ଏବେ ରଜନୀକାନ୍ତ ନିଜ ଆଗାମୀ ଫିଲ୍ମ ‘ଥଲାଇବାର’ ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି ।