ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ଇଫିର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଦିଆଯିବ ଆଇକନ ଅଫ୍‌ ଗୋଲ୍‌ଡେନ୍‌ ଜୁବଲି ଆଓ୍ଵାର୍ଡ

ନୂଆଦିଲ୍ଲୀ : ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ଏକ ବଡ଼ ସମ୍ମାନ ମିଳିବାକୁ ଯାଉଛି । ୫୦ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଇଫି)ର  ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ତାଙ୍କୁ ସ୍ପେଶାଲ ଆଇକନ ଅଫ୍‌ ଗୋଲ୍‌ଡେନ୍‌ ଜୁବଲି ଆଓ୍ଵାର୍ଡରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି । ଏ ନେଇ ଶନିବାର ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଦେକର ।

ମନ୍ତ୍ରୀ  ଟୁଇଟ୍‌ କରି କହିଛନ୍ତି, ଭାରତୀୟ ସିନେମାକୁ ଦଶନ୍ଧି ଦଶନ୍ଧି ଧରି ତାଙ୍କର  ଯୋଗଦାନ ଲାଗି  ମୁଁ ଖୁସିର ସହ ଘୋଷଣା କରୁଛି କି, #ଆଇଏଫ୍‌ଏଫ୍‌ଆଇ୨୦୧୯ରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ଆଇକନ ଅଫ୍‌ ଗୋଲ୍‌ଡେନ୍‌ ଜୁବଲି ସମ୍ମାନ ଦିଆଯିବ । ଏହା ସହ ଫ୍ରେଞ୍ଚ ଅଭିନେତ୍ରୀ ଇସାବେଲ ହୁପର୍ଟଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ କରାଯିବ ବୋଲି ମଧ୍ୟ ଜାଭଦେକର ଟୁଇଟ୍‌ କରିଛନ୍ତି ।

ତେବେ ପ୍ରକାଶ ଜାଭ‌େଦକରଙ୍କ ଏଭଳି ଘୋଷଣା ପରେ ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି ରଜନୀକାନ୍ତ । ଟୁଇଟ୍‌ରେ, ମୋତେ ଏତେ ବଡ଼ ସମ୍ମାନରେ ସମ୍ମାନିତ କରିଥିବାରୁ ମୁଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଲେଖିଛନ୍ତି ରଜନୀକାନ୍ତ ।

ସମ୍ବନ୍ଧିତ ଖବର