ସୋ’ମ୍ୟାନ ରାଜ କପୁରଙ୍କର ଭାଣିଜୀ ହେଉଛନ୍ତି ଏହି ନାୟିକା-ଗାୟିକା

ମୁମ୍ବାଇ: ଅଶୀ ଦଶକର ଜଣେ ଲୋକପ୍ରିୟ ଗାୟିକା-ନାୟିକା ହେଲେ ସଲ୍‌ମା ଆଗା ।ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ବି.ଆର୍‌.ଚୋପ୍ରାଙ୍କ ‘ନିକାହ’ରେ ଲିଡ ରୋଲ୍‌ କରି ଚର୍ଚ୍ଚା ସାଉଁଟି ଥିଲେ ଏହାର ନାୟିକା ସଲ୍‌ମା ଆଗା । ‘ନିକାହ’ରେ ରାଜ ବବର ଓ ପଙ୍କଜ ପରାଶରଙ୍କୁ ମିଳିଥିଲା ମେଲ୍‌ ଲିଡ୍‌ ରୋଲ୍‌ । କହିବା ବାହୁଲ୍ୟଯେ ‘ନିକାହ’ ଏକ ବ୍ଲକବଷ୍ଟର ହିଟ୍‌ ଫିଲ୍ମର ମାନ୍ୟତା ମିଳିଥିଲା । ‘ନିକାହ’ ରିଲିଜ୍‌ ହେବା ପରେ ରାତାରାତି ଷ୍ଟାର୍‌ ବନି ଯାଇଥିଲେ ପାକିସ୍ତାନୀ ଗାୟିକା-ନାୟିକା ସଲମା ଆଗା ।
ଏହି ଫିଲ୍ମରେ ସେ କେବଳ ଅଭିନୟ କରିଥିଲେ, ତା’ନୁହେଁ ଏଥିରେଥିବା ଗୀତଗୁଡିକରେ କଣ୍ଠଦାନ ମଧ୍ୟ କରିଥିଲେ । ଏହି ଫିଲ୍ମର ‘ ଦିଲ୍‌କେ ଅରମା..’ ଗୀତ ପାଇଁ ସଲମାଙ୍କୁ ମିଳିଥିଲା ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକାର ଫିଲ୍ମ ଫେଆର୍‌ ଆଓ୍ଵାର୍ଡ ।
କରାଚୀରେ ଜନ୍ମିତା ସଲମା ଲଣ୍ଡନରେ ବଡ଼ ହୋଇଥିଲେ । ସେଠାରେ ଥିବା ବେଳେ ହିଁ ସଲମା ‘ ନିକାହ’ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ । ହେଲେ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ସଲମା ଆଗାଙ୍କର କପୁର୍‌ ଖାନଦାନ୍‌ ସହିତ ସଂପର୍କ ଅଛି । ସଲମାଙ୍କ ଅଜା ଯୁଗଳ କିଶୋର, ସୋ’ମ୍ୟାନ ରାଜ କପୁରଙ୍କର ନିଜ ମାମୁଁ । ଏଦୃଷ୍ଟିରୁ ସଲମାଙ୍କ ମାଆ ନସରୀନ ରାଜ କପୁରଙ୍କ ଭଉଣୀ ।

photo-_intoday.in

ରାଜ କପୁର ସଲମାଙ୍କୁ ‘ହୀନା’ ଫିଲ୍ମରେ ଲିଡ୍‌ ରୋଲ ପାଇଁ ଅଫର ଦେଇଥିଲେ, ମାତ୍ର ସେ ମନା କରିଥିଲେ । କାରଣ ଅଭିନୟ ଅପେକ୍ଷା ଗୀତ ଉପରେ ଅଧିକ ଧ୍ୟାନ ଦେଇଥିଲେ ସଲମା । ସଲମା ହିନ୍ଦୀ ବ୍ୟତୀତ ତେଲୁଗୁ, ତାମିଲ ଓ ମାଲୟାଲମ୍‌ ଫିଲ୍ମରେ ବି କାମ କରିଛନ୍ତି ।

ସମ୍ବନ୍ଧିତ ଖବର