ଗୁଣ୍ଡା ବନିବେ ରାଜ କୁମାର ରାଓ

ମୁମ୍ବାଇ :‘ସ୍ତ୍ରୀ’ ଫିଲ୍ମର ସଫଳତା ପରେ ଅଭିନେତା ରାଜ କୁମାର ରାଓ ପୁଣି ଏକ ହରର୍‌ କମେଡି ଫିଲ୍ମରେ କାମ କରିବେ ବୋଲି ଜଣାଯାଇଛି। ଏହି ନାମକରଣ ହୋଇ ନ ଥିବା ସିନେମାର ପ୍ରଯୋଜନା କରୁଛନ୍ତି ‘ସ୍ତ୍ରୀ’ର ନିର୍ମାତା  ଦିନେଶ ବିଜନ୍‌ ଓ ନିର୍ଦ୍ଦେଶନା ଦେବେ ମୃଗଦୀପ ସିଂହ ଲାମ୍ବା।ଏହି ଫିଲ୍ମରେ ବରୁଣ ଶର୍ମାଙ୍କୁ ବି ଦେଖିବାକୁ ମିଳିବ।

ରାଜକୁମାର ରାଓ ଏହି  ନୂଆ ହରର୍‌ -କମେଡିରେ ଜଣେ ଛୋଟକାଟର ଗୁଣ୍ଡା ଭୂମିକାରେ ନଜର ଆସିବେ ବୋଲି ଜଣାଯାଇଛି। ଏହାର କାହାଣୀ ଉତ୍ତର ପ୍ରଦେଶର ମୁରାଦାଗଦ୍‌ ଅଞ୍ଚଳର। ଦୁଇ ଜଣ  ଗୁଣ୍ଡାଙ୍କ କଥା  ରହିଛି ଏଥିରେ। ‘ବରେଲି କି ବାର୍ଫି’ଓ ‘ସ୍ତ୍ରୀ’ରେ ରାଜ କୁମାର ରାଓ ନିଜର ହାସ୍ୟାଭିନୟର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି। ଏ ଦୃଷ୍ଟିରୁ  ଏଥିରେ ପୁଣି ଥରେ ରାଜ କୁମାର ରାଓ ନିଜର କମାଲ୍‌ ଦେଖାଇବେ ବୋଲି ଆଶା ରଖିଛନ୍ତି  ନିର୍ମାତା ଦିନେଶ ବିଜନ୍‌। ଖୁବ୍‌ଶୀଘ୍ର ଫିଲ୍ମର ନାୟିକାଙ୍କ ନାମ ଘୋଷିତ ହେବ। ଏହାର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ ଓ ୨୦୧୦ ଜାନୁଆରିରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ସଂପ୍ରତି ରାଜକୁମାର ରାଓ ମେଡ ଇନ୍‌ ଚାଇନାରେ କାମ କରୁଛନ୍ତି,ଯେଉଁଥିରେ ମୌନୀ ରୟ ଅଛନ୍ତି ନାୟିକା ଭୂମିକାରେ। ଠିକ୍‌ ସେହିପରି ‘ମେଣ୍ଟାଲ ହେ କ୍ୟା’ରେ କଙ୍ଗନା ରାନାଓ୍ଵତ୍‌ଙ୍କ ସହ ଆସୁଛନ୍ତି ।ଏହାଛଡ଼ା ମେଘନା ଗୁଲଜାରଙ୍କ ଆଗାମୀ ଫିଲ୍ମ ଦୀପିକା ପାଦୁକୋନ୍‌ଙ୍କ ବିପକ୍ଷରେ ନାୟକ ବନିବେ ରାଜ କୁମାର ରାଓ ।

 

ସମ୍ବନ୍ଧିତ ଖବର