ଭୁବନେଶ୍ୱର: ଏବେଠୁ ରଜ ବଜାର ପାଇଁ ଓଲିଉଡ ବେଶ ଚଳଚଞ୍ଚଳ ହୋଇ ଉଠିଲାଣି। ଏବେ ରଜ ପାଇଁ ତିନି ତିନିଟି ଓଡ଼ିଆ ସିନେମାର ନିର୍ମାଣ ଚାଲିଛି।ଏହି ସିନେମା ଗୁଡ଼ିକ ହେଲା ତରଙ୍ଗ ସିନେ ପ୍ରଡ଼କସନ୍‌ର ‘ପ୍ରେମ କୁମାର’,‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଓ ଅକ୍ଷୟ ପରିଜା ପ୍ରଡ଼କସନ୍‌ର ‘ଫୋର୍‌ ଇଡ଼ିଅଟ୍‌ସ’।
ଏଥିମଧ୍ୟରୁ ପ୍ରଥମଟିରେ ନାୟକ ଭୂମିକାରେ ଅନୁଭବ ମହାନ୍ତି ଥିବା ବେଳେ ଦ୍ୱିତୀୟଟିରେ ନଜର ଆସିବେ ବାବୁସାନ୍‌। ଅପରପକ୍ଷରେ ‘ଫୋର୍‌ ଇଡ଼ିଅଟ୍‌ସ’ରେ ଦର୍ଶକ ଭେଟିବେ ଦୁଇଜଣ ନାୟକଙ୍କୁ। ସେମାନେ ହେଲେ ସୋବର ବୟ ସବ୍ୟସାଚୀ ଓ ଆକ୍‌ସନ୍‌ ହିରୋ ଆକାଶ। ଅର୍ଥାତ୍‌ ଯଦି ଆଗାମୀ ରଜ ଅବସରରେ ଏହି ତିନୋଟି ସିନେମା ରିଲିଜ୍‌ ହୁଏ,ତେବେ ସେଥିରେ ଦର୍ଶକ କେବଳ ଏହି ଚାରି ହିରୋଙ୍କୁ ପରଦାରେ ଦେଖିବାକୁ ପାଇବେ।

Advertisment

ତା’ର ଅର୍ଥ ହେଲା ଯେ,ଏଥର ରଜରେ ଓଲିଉଡ଼୍‍ର ଆଉ ଜଣେ ଆଗ ଧାଡ଼ିର ନାୟକଙ୍କୁ ସିନେପ୍ରେମୀ ପରଦାରେ ଦେଖିବାକୁ ପାଇବେ ନାହିଁ। ସେ ହେଲେ ଅରିନ୍ଦମ୍‌। ଅରନ୍ଦମଙ୍କ ହାତରେ ଏବେ କୌଣସି ଫିଲ୍ମ ନ ଥିବା ଯୋଗୁଁ ଏଥରର ରଜ ବଜାରରେ ବି ତାଙ୍କର ଦେଖା ମିଳିବ ନାହିଁ। ଗତବର୍ଷ ବି ତାଙ୍କର ରଜ ବଜାରରେ କୌଣସି ସିନେମା ରିଲିଜ୍‌ ହୋଇ ନଥିଲା।ଠିକ୍‌ ସେହିପରି ତା’ର ପୂର୍ବ ବର୍ଷ ଅର୍ଥାତ୍‌ ୨୦୧୬ରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା।

publive-image
ଅରିନ୍ଦମ୍‌ଙ୍କର ଶେଷ ଥର ପାଇଁ ରଜ ବଜାରରେ ୨୦୧୫ରେ ଏକ ସିନେମା ରିଲିଜ୍‌ ହୋଇଥିଲା,ଯାହାର ଟାଇଟଲ୍‌ ଥିଲା ‘ଲଭ୍‌ ୟୁ ହମେଶା’। ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ଝିଲିକ୍‌ ଓ ନବାଗତା ଅନିଶା।