କଏଦୀମାନଙ୍କୁ ହସିବାର କଳା ଶିଖାଇବେ ରାଜପାଲ ଯାଦବ

ନୂଆଦିଲ୍ଲୀ: ଚେକ୍‌ ବାଉନ୍‌ସ ମାମଲାରେ ତିହାର ଜେଲ୍‌ରେ ଥିବା ବଲିଉଡର ପ୍ରସିଦ୍ଧ କମେଡିଆନ୍‌ ରାଜପାଲ ଯାଦବଙ୍କୁ ନେଇ କଏଦୀମାନେ ଖୁସି ଅଛନ୍ତି। ସେମାନେ ଏଥିପାଇଁ ଖୁସି ଯେ ଜଣେ ବଲିଉଡର ନାମୀ କଳାକାର ସେମାନଙ୍କ ସହ ରହିବେ। ରାଜପାଲ କଏଦୀମାନଙ୍କ ଖୁସିକୁ ଦ୍ୱିଗୁଣିତ କରିବା ଲାଗି ଏବେ ସେମାନଙ୍କୁ ହସାଇବାର କଳା ଶିଖାଇବାକୁ ନିଷ୍ପତ୍ତି ନେଇଛି। ଏହା ଫଳରେ କଏଦୀମାନେ ଉତ୍ତେଜନାମୁକ୍ତ ଜୀବନ ବିତାଇବେ।

ତିହାର ଜେଲର ଅଧିକାରୀଙ୍କ କହିବା ଅନୁଯାୟୀ,ରାଜପାଲ ଯାଦବ ଜେଲକୁ ଆସିବା ପରେ ବନ୍ଦୀମାନଙ୍କର ମ୍ୟୁଜିକ୍‌ କ୍ଲାସ୍‌ ବି ନେଉଛନ୍ତି। ରାଜପାଲ ଅନ୍ୟ ୪ ଜଣ ବନ୍ଦୀଙ୍କ ସହିତ ଜେଲର ଏକ କୋଠରୀରେ ରହୁଛନ୍ତି। ଗତ ଶୁକ୍ରବାର ରାତିରେ ଜେଲକୁ ଆସିବା ପରେ ରାଜପାଲ ଯାଦବ ଜେଲ ପ୍ରଶାସନଠାରୁ କିଛି ସ୍ୱତନ୍ତ୍ରତା ଦାବି କରି ନାହାଁନ୍ତି। ଶନିବାର ସକାଳେ ଉଠିବା ପରେ ସେ ଜେଲରେ ଦିଆଯାଇଥିବା ଖାଦ୍ୟ ଖାଇଛନ୍ତି ଓ ପାଣି ବି ପିଇଛନ୍ତି। ତାଙ୍କର ରକ୍ତଚାପ ମଧ୍ୟ ନର୍ମାଲ୍‌ ଅଛି। ଜେଲରେ ତାଙ୍କର କାଉନସେଲିଂ ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର