ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କର ପରଲୋକ

ଭୁବନେଶ୍ୱର: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କର ଆଜି ୪.୨୫ଟା ସମୟରେ କଟକ ବାଦାମବାଡିସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ସେ ୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟାମୁଣ୍ଡାଇର ପ୍ରସନାରେ ଜନ୍ମ ଗ୍ରହଣ କରିଥିଲେ। କଟକ ଆକାଶବାଣୀ କେନ୍ଦ୍ରରୁ ରାଖାଲ ମହାନ୍ତି ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ।

ରାଖାଲ ମହାନ୍ତି ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଲୋକପ୍ରୟତା ହାସଲ କରିଥିଲେ। ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଚଳଚ୍ଚିତ୍ର ମଧ୍ୟରେ ‘ଘର ସଂସାର’, ‘ଅମର ପ୍ରେମ’, ‘ତ୍ରିନାଥ ମେଳା’ ଓ ‘ଅକ୍ଷୟ ତୃତୀୟା’ ଆଦି ଉଲ୍ଲେଖନୀୟ । ରାଖାଲଙ୍କ ପ୍ରତିଟି ସିନେମାର ଗୀତ ସୁପରହିଟ୍‌ ରହିଛି। ‘ଅକ୍ଷୟ ତୃତୀୟା’ର ଗତ ‘ଆସ କିଏ ଖାଇବ ହୋ ଆମ ରାଜାବାବୁ ଘର ଖାନା..’, ‘ଅମର ପ୍ରେମ’ର ଗୀତ ‘ନା ମାରନା…’, ‘ଘର ସଂସାର’ର ଗୀତ ‘ଗେଲ ବସରର ଦିନ ସରିଗଲା …’ ଏବଂ ‘ତ୍ରିନାଥ ମେଳା’ର ଗୀତ ‘ଆଲୋ ସୁନ୍ଦରି ତୋ କଥାରେ ନାଚିବି ଭାଲୁ ସାଙ୍ଗରେ..’

ରାଖାଲ ମହାନ୍ତି ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଲୋକପ୍ରୟତା ହାସଲ କରିଥିଲେ। ତାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମଧ୍ୟରେ ‘ଘର ସଂସାର’, ‘ଅମର ପ୍ରେମ’, ‘ତ୍ରିନାଥ ମେଳା’ ଓ ‘ଅକ୍ଷୟ ତୃତୀୟା’ ଆଦି ଉଲ୍ଲେଖନୀୟ । ରାଖାଲଙ୍କ ପ୍ରତିଟି ସିନେମାର ଗୀତ ସୁପରହିଟ୍‌ ରହିଛି। ‘ଅକ୍ଷୟ ତୃତୀୟା’ର ଗୀତ ‘ଆସ କିଏ ଖାଇବ ହୋ ଆମ ରାଜାବାବୁ ଘର ଖାନା..’, ‘ଅମର ପ୍ରେମ’ର ଗୀତ ‘ନା ମାରନା…’, ‘ଘର ସଂସାର’ର ଗୀତ ‘ଗେଲ ବସରର ଦିନ ସରିଗଲା …’ ଏବଂ ‘ତ୍ରିନାଥ ମେଳା’ର ଗୀତ ‘ଆଲୋ ସୁନ୍ଦରି ତୋ କଥାରେ ମୁଁ ନାଚିବି ଭାଲୁ ସାଥୀରେ..’, ପ୍ରଭୂ ପାଦ ତଳେ ପ୍ରଣତୀ ଢ଼ାଳେ (ଘର ସଂସାର), ଏହି ତାରା ଭରା ଜହ୍ନ ରାତି (ଅକ୍ଷୟ ତୃତୀତ) ଆଦି ଗୀତ ତାଙ୍କୁ ଅମର କରି ରଖିବ।

୨୦୧୭ରେ ରାଜ୍ୟ ସରକାର ରାଖାଲ ମହାନ୍ତିଙ୍କୁ ସଙ୍ଗୀତ ଜଗତର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନୀତ କରିଥିଲେ। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି।

 

ସମ୍ବନ୍ଧିତ ଖବର