ପୁଣି ବିବାଦୀୟ ଭିଡିଓ ସେୟାର କଲେ ରାକ୍ଷୀ ସାଓ୍ଵନ୍ତ,ଟଏଲେଟ୍ ପ୍ୟାନ୍ରେ ବସି କହିଥିବା କଥାକୁ ନେଇ ଲୋକେ କଲେ ଟ୍ରୋଲ,ଦେଖନ୍ତୁ ଭିଡିଓ
ମୁମ୍ବାଇ : କିଛି ଦିନ ତଳେ ନିଜ ଶରୀରର ଅଙ୍ଗ ଦାନ କରିବାକୁ ନେଇ ଟ୍ରୋଲ ହୋଇଥିବା ରାକ୍ଷୀ ସାଓ୍ଵନ୍ତ ଏବେ ପୁଣି ନିଜ ଭିଡ଼ିଓ ପାଇଁ ଟ୍ରୋଲ ହୋଇଛନ୍ତି । ସବୁବେଳେ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ରାକ୍ଷୀ ଜାଣି ଶୁଣି ନିଜକୁ ଟ୍ରୋଲ କରାଉଥିବା କଥା ସମସ୍ତେ ଜାଣିଥିବା ବେଳେ ଦିନକୁ ଦିନ ତାଙ୍କ ପାଗଳାମି ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପୂର୍ବରୁ ସେ ନିଜ ସ୍ତନ ଦାନ କରିବା କଥା କହିଥିବା ବେଳେ ଏବେ ଟଏଲେଟ୍ ପ୍ୟାନ୍ରେ ବସିଥିବା ସମୟର ଏକ ଭିଡ଼ିଓ ଇନ୍ଷ୍ଟାରେ ସେୟାର କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଭିଡ଼ିଓରେ ସେ ମଳତ୍ୟାଗ କରୁଥିବାର ଦେଖା ଯାଇଛି । ଟଏଲେଟ୍ ପ୍ୟାନ୍ରେ ବସି ସେ ଟାଇସନଙ୍କୁ ମନେ ପକାଇବା ସହ ଯେ ପର୍ଯ୍ୟନ୍ତ ଟାଇସନ ନ ଆସିଛନ୍ତି ମୋର ମଳତ୍ୟାଗ ହେବ ନାହିଁ ବୋଲି କହୁଥିବାର ଦେଖାଯାଇଛି । ନିଜର ଏଭଳି ଭିଡ଼ିଓ ସେୟାର କରି ରାକ୍ଷୀ ଖୁବ୍ ମଜା ନେଉଥିବା ବେଳେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ତାଙ୍କୁ ପାଗଳ ବୋଲି କହିଛନ୍ତି । କିଛି ଲୋକ ରାକ୍ଷୀଙ୍କୁ ମାରିବା କଥା କହିଥିବା ବେଳେ କିଛି ଲୋକ ରାକ୍ଷୀଙ୍କୁ କାମ ଦେବା କଥା କହିଛନ୍ତି । ଏହା ଜଣେ ବ୍ୟବହାରକାରୀ ରାକ୍ଷୀଙ୍କୁ ଭାରତରୁ ବାହାର କରିବା କଥା କହିଥିବା ଦେଖା ଯାଇଛି ।