ମୁମ୍ବାଇ : ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ରିୟାଲିଟି ସୋ’ ବିଗ୍ ବସ୍ । ସେପ୍ଟେମ୍ବର ୨୯ରେ ସୋ’ ଆରମ୍ଭ ହେବାକୁ ଥିବା ବେଳେ ଚଳିତ ବର୍ଷ ସୋ’ରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଦେଖାଯିବ ବୋଲି ଜଣା ପଡ଼ିଛି । ତେବେ ଏଥର ସୋ'ରେ ନିଜ ସ୍ୱାମୀ ରିତେଶଙ୍କ ସହ ରାକ୍ଷୀ ସାୱନ୍ତ ମଧ୍ୟ ସାମିଲ ହେବେ | ଖୋଦ ରାକ୍ଷୀ ଏ ନେଇ ସୂଚନା ଦେଇଛନ୍ତି |
କିଛି ସମୟ ଧରି ନିଜ ବିବାହକୁ ନେଇ ରାକ୍ଷୀ ଚର୍ଚ୍ଚାରେ ଥିବାବେଳେ ନିଜ ଇନ୍ସଟାଗ୍ରାମରେ ଭିଡିଓ ପୋଷ୍ଟ କରି ରାକ୍ଷୀ କହିଛନ୍ତି ଯେ ବିଗବସରେ ଖୁବ ଶୀଘ୍ର ମୋ ସ୍ୱାମୀଙ୍କ ଝଲକ ଆପଣ ଦେଖିବାକୁ ପାଇବେ |
/sambad/media/post_attachments/wp-content/uploads/2019/09/salman_khan_bigg_boss_1558503092.jpg)
ତେବେ ରାକ୍ଷୀ ଓ ତାଙ୍କ ସ୍ୱାମୀ କେବଳ ଅତିଥି ଭୂମିକାରେ ନଜର ଆସିବେ ନା ବିଗବସର ପୁରା ସିଜିନରେ ସାମିଲ ହେବେ ତାହା ଜଣାପଡିନାହିଁ | ଏଠାରେ ସୂଚନା ଥାଉ କି ବିଗବସରେ ଏଥର ଟେଲି ସୋ ଅଭିନେତା ସିଦ୍ଧାର୍ଥ ଶୁକ୍ଲା, ମେଘନା ମଲ୍ଲିକ, ଦେବଲୀନା ଭଟ୍ଟାଚାର୍ଯ୍ୟ, ଆରତୀ ସିଂ ପ୍ରମୁଖ ସାମିଲ ହେବାକୁ ଯାଉଛନ୍ତି |