ତନୁଶ୍ରୀଙ୍କ ଉପରେ ୨୫ ପଇସାର ମାନହାନି ମକଦ୍ଦମା କଲେ ରାକ୍ଷୀ,୨୫ପଇସା ପଛର କାରଣ ପଚାରିବା ପରେ ଦେଲେ ଏଭଳି ଉତ୍ତର

ମୁମ୍ବାଇ : କିଛି ଦିନ ତଳେ ଅଭିନେତ୍ରୀ  ରାକ୍ଷୀ ସାଓ୍ଵନ୍ତଙ୍କ ଉପରେ ୧୦କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିଲେ ତନୁଶ୍ରୀ ଦତ୍ତା । ବିଭିନ୍ନ ସାକ୍ଷାତକାରରେ ରାକ୍ଷୀ ତନୁଶ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବାରୁ ତନୁଶ୍ରୀ ରାକ୍ଷୀଙ୍କ ବିରୋଧରେ ମକଦ୍ଦମା କରିଥିଲେ । ଏବେ ରାକ୍ଷୀ ତନୁଶ୍ରୀଙ୍କ ବାଟ ଆପଣାଇ ତାଙ୍କ ଉପରେ ୨୫ପଇସାର ମାନହାନି ମକଦ୍ଦମା କରିଛନ୍ତି । କିନ୍ତୁ ରାକ୍ଷୀଙ୍କର ଏପରି ୨୫ପଇସାର ମାନହାନି ମକଦ୍ଦମା କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ପଛର କାରଣ ପଚରାଯିବା ପରେ, ମୁଁ ଯାହା ବି ମାନହାନି ରାଶି ରଖିଥାନ୍ତି ସେ ସବୁକୁ ତନୁଶ୍ରୀଙ୍କ ମାତା-ପିତାଙ୍କୁ ଦେବାକୁ ପଡ଼ିଥାନ୍ତା, ଯାହା କି ମୁଁ ଚାହୁଁ ନାହିଁ । ଏ ବୟସରେ ମୁଁ ତାଙ୍କୁ ବୋଝ ଦେବାକୁ ଚାହୁଁନଥିବାରୁ ୨୫ପଇସାର ମାନହାନି ମକଦ୍ଦମା କରିଛି ବୋଲି ରାକ୍ଷୀ ଉତ୍ତର ରଖିଥିଲେ ।

oneindia.com

ସୂଚନା ମୁତାବକ, ତନୁଶ୍ରୀ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା, ଯାହା ଏବେ ଅତି ନିମ୍ନ ସ୍ତରରେ ପହଞ୍ଚିଛି । ଦୁହେଁ ଦୁହିଁଙ୍କ ବିଷୟରେ ଅନେକ ବଡ଼ ବଡ଼ ରାଜ ଖୁଲାସା କରିବାରେ ଲାଗିଛନ୍ତି । ରାକ୍ଷୀ ତନୁଶ୍ରୀଙ୍କୁ ସମଲିଙ୍ଗୀ କହିବା ସହ ସେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ଏହା ପରେ ତନୁଶ୍ରୀ ରାକ୍ଷୀ ସବୁବେଳେ ଶାରୀରିକ ସଂପର୍କ ରଖିବା ପାଇଁ ଭୋକିଲା ବୋଲି କହିଥିଲେ । ତେବେ ଦୁହିଁଙ୍କ ମଧ୍ୟ ଚାଲିଥିବା ଏହି ଝଗଡ଼ା କେଉଁଠି ଶେଷ ହେଉଛି,ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର