ମିକାଙ୍କ ଗିରଫ ଖବର ଶୁଣି କାନ୍ଦିଲେ ରାକ୍ଷୀ; ଭିଡିଓ ପୋଷ୍ଟ କରି କହିଲେ, ମୁଁ ତୁମକୁ ନେବା ପାଇଁ ଆସୁଛି!

ମୁମ୍ବାଇ : ବ୍ରାଜିଲର ଜଣେ ୧୭ ବର୍ଷୀୟା ମଡେଲ ପ୍ରସିଦ୍ଧ ବଲିଉଡ୍‌ ଗାୟକ ମିକା ସିଂହଙ୍କ ଉପରେ ଅଶ୍ଲୀଳ ଫଟୋ ପଠାଇବା ଏବଂ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ଦୁବାଇ ପୁଲିସ ମିକାଙ୍କୁ ଗିରଫ କରିଛି । ଏହି ଖବର ଚାରିଆଡ଼େ ପ୍ରସାର ହେବା ପରେ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ମିକାଙ୍କ ଗିରଫ ହେବା ଖବରକୁ ନେଇ ଅଧିକ ଦୁଃଖୀ ଥିବା ଜଣାପଡ଼ିଛି । ମିକାଙ୍କ ଗିରଫ ଖବର ପାଇବା ପରେ ରାକ୍ଷୀ ତାଙ୍କୁ ମୁକୁଳାଇବା ପାଇଁ ଦୁବାଇ ଯିବାର ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କହିଛନ୍ତି । ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ରାକ୍ଷୀ ଏକ ଭିଡିଓ ପୋଷ୍ଟ କରି ସେଥିରେ ସେ ମିକାଙ୍କ ପାଖକୁ ଯାଇ ତାଙ୍କୁ ସାହାଯ୍ୟ କରିବେ ବୋଲି କହୁଥିବା ଦେଖାଯାଇଛି ।

 

View this post on Instagram

 

Mika Singh arrested in Dubai | Rakhi Sawant surprised Reaction Watch full video on my YouTube channel link in bio

A post shared by Rakhi Sawant (@rakhisawant2511) on

ଭିଡିଓରେ, “ମିକା ତୁମେ ଏତେ ଲଫ୍‌ଡ଼ା କରୁଛ, ମୁଁ ଏବେ ଦୁବାଇ ଭିସା ଖୋଜୁଛି ତୁମକୁ ମୁକୁଳାଇବା ପାଇଁ । ତୁମେ ଜାଣିଛ ନା ଏ ମୁମ୍ବାଇ ପୁଲିସ ନୁହଁନ୍ତି, ଦୁବାଇ ପୁଲିସ । ୧୦ ବର୍ଷ ପୂର୍ବରୁ ଯେତେବେଳେ ମୁଁ ମୁମ୍ବାଇ ପୁଲିସ ଆଗରେ ଅଭିଯୋଗ କରିଥିଲି । ସେତେବେଳେ ପୁଲିସ କିଛି କରି ପାରି ନଥିଲା । କିନ୍ତୁ ଦୁବାଇ ପୁଲିସ ବହୁତ କଠୋର । ତୁମର ଅସୁବିଧା କ’ଣ? ତୁମେ କ’ଣ ପାଇଁ ୧୭ ବର୍ଷୀୟା ଜଣେ ଯୁବତୀ ସହ ଏପରି କରୁଥିଲ? ମୋତେ ବହୁତ କଷ୍ଟ ହେଉଛି । ତୁମେ କ’ଣ ପାଇଁ ଝିଅମାନଙ୍କ ସହ ଏଭଳି ବ୍ୟବହାର କରୁଛ” ବୋଲି ରାକ୍ଷୀ କହୁଥିବା ଦେଖାଯାଇଛି। ସୂଚନା ମୁତାବକ, ମିକା ୟୁଏଇକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ । ଏହି ସମୟରେ ଜଣେ ବ୍ରାଜିଲିୟନ ମଡେଲ ମିକାଙ୍କ ଉପରେ ଆପତ୍ତିଜନକ ଫଟୋ ପଠାଇବାର ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର