ରିୟାଲିଟି ସୋ’ ବିଗ୍‌ ବସ୍‌-୧୨କୁ ଥଟ୍ଟା କରିବା ସହ ଏଭଳି କରିବା ପାଇଁ ପରାମର୍ଶ ଦେଲେ ରାକ୍ଷୀ ସାଓ୍ଵନ୍ତ

ମୁମ୍ବାଇ : ଡ଼୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତ ସବୁ ବେଳେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । ଅନ୍ୟମାନଙ୍କୁ ନେଇ ହେଉ ବା କୌଣସି ବିଷୟ ଉପରେ ସେ ଦେଉଥିବା ମନ୍ତବ୍ୟ ସବୁ ବେଳେ ଚର୍ଚ୍ଚାର ପରିସରକୁ ଆସିଥାଏ । ପୂର୍ବରୁ #ମି ଠୁ ଅଭିଯାନକୁ ନେଇ ଅଭିନେତ୍ରୀ ତନୁଶ୍ରୀଙ୍କ ସହ ତାଙ୍କର ଅନେକ ବାଦ ବିବାଦ ହୋଇଥିବା ବେଳେ ଏବେ ପୁଣି ସେ ରିୟାଲିଟି ସୋ’ ବିଗ୍‌ ବସ୍‌କୁ ଥଟ୍ଟା କରିଥିବା ଦେଖାଯାଇଛି ।

ଏକ ଇଭେଣ୍ଟକୁ ଯୋଗ ଦେବା ପାଇଁ ଯାଇଥିବା ବେଳେ ରାକ୍ଷୀଙ୍କୁ ତାଙ୍କର ପସନ୍ଦର ପ୍ରତିଯୋଗୀ କିଏ ବୋଲି ପଚରାଯାଇଥିଲା । ଏହି ପ୍ରଶ୍ନ ଶୁଣି ଏହି ସିଜିନ୍‌ରେ ତାଙ୍କର କେହି ପସନ୍ଦର ପ୍ରତିଯୋଗୀ ନାହାନ୍ତି ବୋଲି କହିଥିଲେ ରାକ୍ଷୀ । ଚଳିତ ବର୍ଷ ବିଗ୍‌ ବସ୍‌ ଥଣ୍ଡା ପଡ଼ି ଯାଇଥିବା ପ୍ରତିଯୋଗୀଙ୍କୁ ଆଣିଛନ୍ତି । କାହାର ମଧ୍ୟ ସେ ନିଆଁ ନାହିଁ । ପ୍ରତିଯୋଗୀମାନେ ସେଭଳି କିଛି କରୁ ନାହାନ୍ତି, ଯାହା ଦ୍ୱାରା ଦର୍ଶକ ଦେଖିବା ପାଇଁ ଆକର୍ଷିତ ହେବେ ବୋଲି ରାକ୍ଷୀ ନିଜର ମତ ରଖିଥିଲେ । ଏହା ସହ ଆର୍ଶି ଖାନ୍‌ଙ୍କୁ ପୁଣି ଥରେ ସୋ’କୁ ନେବା କଥା କହିଥିଲେ । ଆର୍ଶି ସୋ’କୁ ଗଲେ ସୋ’ର ଟିଆର୍‌ପି ବଢ଼ିଯିବ ବୋଲି ରାକ୍ଷୀ ଜଣାଇଥିଲେ ।

ସମ୍ବନ୍ଧିତ ଖବର